ବିଜେପିକୁ ବାବୁଲ ସୁପ୍ରିୟୋଙ୍କ ବାଣ: ଦଳ ଛାଡ଼ିବେ ୫ ବିଧାୟକ

ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ନେତା ବାବୁଲ ସୁପ୍ରିୟୋ ବିଜେପିକୁ ଟାର୍ଗେଟ କରିଛନ୍ତି । ଖୁବଶୀଘ୍ର ଟିଏମସିରେ ବିଜେପିର ୫ ବିଧାୟକ ମିଶିବେ ବୋଲି ସେ ଦାବି କରିଛନ୍ତି। ବିଜେପି ଛାଡ଼ି ୩ ମାସ ତଳେ ଟିଏମସିରେ ମିଶିଥିବା ସୁପ୍ରିୟୋ ବଙ୍ଗାଳୀ ଭାଷାରେ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, “ବିଜେପିରେ ଏବେ ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ିବାରେ ଲାଗିଛି। ଆଜି(ରବିବାର) ଆଉ ୫ ଜଣ ଚାଲିଗଲେ। ଶିବ ବାବୁ(ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଶିବ ପ୍ରକାଶ) ବର୍ତ୍ତମାନ କୈଳାସ ପର୍ବତକୁ ଚାଲିଯିବା ଦରକାର। ଆପଣ ଯଦି ବେଙ୍ଗଲୀ କ୍ରାବ୍ସ ଚାହୁଁଛନ୍ତି, ଯିଏ ଆପଣଙ୍କୁ ପଛରୁ ଟାଣି ଧରିବ, ତା’ହେଲେ ମୁରଲୀଧର ଗଳି(ବିଜେପି ରାଜ୍ୟ ମୁଖ୍ୟାଳୟ)କୁ ଚାଲି ଯାଆନ୍ତୁ।” ବାବୁଲ ଏପରି କହି ବିଜେପି ତାଚ୍ଛଲ୍ୟ କରିଛନ୍ତି।

ବିଜେପିର ୫ ବିଧାୟକ ମୁକୁତମୋନି ଅଧିକାରୀ, ସୁବ୍ରତ ଠାକୁର, ଅମ୍ବିକା ରୟ, ଅଶୋକ କୀରତାନି ଓ ଅସିମ ସରକାରଙ୍କୁ ବିଭିନ୍ନ କମିଟିରୁ ଶନିବାର ଦଳ ପକ୍ଷରୁ କାଢ଼ି ଦିଆଯାଇଥିଲା। ଏହାପରେ ସେମାନେ ରାଗରେ ବିଜେପି ହ୍ୱାଟସଆପ ଗ୍ରୁପରୁ ବାହାରି ଯାଇଛନ୍ତି। ତେଣୁ ସେମାନେ ଦଳ ଛାଡ଼ି ଟିଏମସିରେ ମିଶିବେ ବୋଲି କୁହାଯାଉଛି।

Related Posts