ବିଜୁ ପକ୍କା ଘର ମରାମତି ବାବଦରେ ମାସକୁ ୩ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ରାଜ୍ୟସରକାର

ଆଜି ରାଜ୍ୟ କ୍ୟାବିନେଟ ବୈଠକ ରେ ଏକ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି | ଭିଡିଓ ବାର୍ତ୍ତା ଜରିଆରେ ୨୦୧୪ରେ ପ୍ରଥମ କ୍ୟାବିନେଟରେ ଗୃହ ନିର୍ମାଣ ପାଇଁ ସରକାର ଘୋଷଣା କରିଥିବା ବେଳେ ଏହାକୁ ନେଇ ବଡ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ଏଣିକି ବିଜୁ ପକ୍କା ଘର ମରାମତି ବାବଦରେ ମାସକୁ ୩ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । କେନ୍ଦ୍ରୀୟ ଯୋଜନାରେ ସାମିଲ ନଥିଲେ ଲୋକ ମାନଙ୍କୁ ମାସିକ ୫ ହଜାର ଟଙ୍କାର ମରାମତି ଅର୍ଥ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ରାଜ୍ୟ ସରକାର 2014ରୁ ଏ ପର୍ଯ୍ୟନ୍ତ ବାଇଶ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି । ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୩୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏହା ସହିତ ଏହି ଯୋଜନାରେ ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ଗୃହ ଯୋଗାଣ ଯୋଜନାରୁ ବିରତ ରହିଥିବା ସମସ୍ତ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Related Posts