ପୁଣି ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ପ୍ରତିଶୃତି ଦେଇ ପ୍ରତିଶ୍ରୁତି ରଖିଲେନି କେନ୍ଦ୍ର ସରକାର । ଏମଏସପିକୁ ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା କେନ୍ଦ୍ର ସରକାର ପୂରଣ କରିନାହାନ୍ତି । ଫଳରେ ପୁଣିଥରେ ଚାଷୀଙ୍କ ମଧ୍ୟରେ ବିଦ୍ରୋହର ନିଆଁ ଜଳିଛି । ଯଦି କେନ୍ଦ୍ର ସରକାର ଦାବି ପୂରଣ ନକରିବେ ତାହେଲେ ଜାନୁଆରୀ ୩୧ରେ ଚାଷୀ ମାନେ ବିରୋଧ ଦିବସ ପାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ଫେବୃଆରୀ ୧ରୁ ୟୁପିରେ ଭାରତୀୟ କିଷାନ ୟୁନିଅନ ଆନ୍ଦୋଳନ କରିବ ବୋଲି ଚେତାବବୀ ଦେଇଛି ।
ଡିସେମ୍ବରରେ ତିନି କୃଷି ଆଇନ୍ ସଂସଦରେ ରଦ୍ଦ ହେବା ପରେ ଦିଲ୍ଲୀ ସୀମାରୁ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ଚାଷୀ । ଏହାପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତୀୟ କିଷାନ ୟୁନିଅନ୍ ବୈଠକ କରିଥିଲା । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଚାଷୀ ନେତା ଆଲୋଚନା କରିଥିଲେ । ୟୁପି, ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲଛି । ଏହି ସମୟରେ ଭାରତୀୟ କିଷାନ ୟୁନିଅନର ଏପରି ଚେତାବନୀ ଆଗାମୀ ଦିନରେ ୟୁପିରେ ଶାସକ ବିଜେପି ପାଇଁ ଅଡୁଆ ସୃଷ୍ଟି କରିପାରେ । ଅନ୍ୟପଟେ ଜାନୁଆରୀ ୨୧ରେ ୟୁପିର ଲଖିମପୁର ଖେରୀ ଯିବେ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ । ୩-୪ ଦିନ ସେ ଲଖିମପୁରରେ ଡେରା ପକାଇବେ ବୋଲି କହିଛନ୍ତି । ଏହି ସମୟରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜିୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ କାରରେ ଚାପି ହୋଇ ଦୁର୍ଘଟଣାର ଶିକାର ହୋଇଥିବା ଚାଷୀଙ୍କ ପରିବାରକୁ ଭେଟିବେ ରାକେଶ ଟିକାୟତ ।

Related Posts