ନିର୍ବାଚନୀ ହିଂସା: ଭାଙ୍ଗିଲେ ପୋଲିସ ଗାଡ଼ି, ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କୁ ମାଡ ମାରି ଆହାତ

ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ 1 ଟା ସୁଦ୍ଧା 60 ପ୍ରତିଶତ ମତଦାନ ହୋଇଥିବା ବେଳେ ପ୍ରାୟ ଅଧିକାଂଶ ପଞ୍ଚାୟତରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି ।

ମାତ୍ର ଯାଜପୁରରେ ନିର୍ବାଚନୀ ହିଂସା ସବୁ ସୀମା ଅତିକ୍ରମ କରିଛି । ସୂଚନା ଅନୂସାରେ ଯାଜପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମରେ ୧୦ ଓ ୧୧ ନମ୍ବର ୱାର୍ଡରେ ଦୁର୍ବୃତ୍ତ ମାନେ ବଳପୂର୍ବକ ମତଦାନ କେନ୍ଦ୍ରକୁ ପ୍ରବେଶ କରି ଆତଙ୍କରାଜ ସୃଷ୍ଟି କରିଛନ୍ତି । ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେବା ପାଇଁ ଉଦ୍ୟମ କରିବା ବେଳେ ପ୍ରାର୍ଥୀଙ୍କ ସମର୍ଥକ ମାନେ ପୋଲିସ୍ ଗାଡି ଭଙ୍ଗାରୁଜା କରିବା ସହିତ ବୋମାମାଡ ମଧ୍ୟ କରିଥିଲେ । ପ୍ରାୟ ୩ ଟି ପୋଲିସ୍ ଗାଡି ଭାଙ୍ଗିବା ସହିତ ଜଣେ ମହିଳା ପୋଲିସ୍ କର୍ମଚାରୀଙ୍କୁ ମାଡ ମାରି ଗୁରୁତର ଭାବରେ ଆହାତ କରିଥିବା ଜଣାପଡିଛି ।

Related Posts