ଦିଲ୍ଲୀର ଏକ ମୋହଲ୍ଲା କ୍ଲିନିକରେ ଅଘଟଣ: କଫ ସିରଫ ନେଲା ୩ଶିଶୁଙ୍କ ଜୀବନ

ଦିଲ୍ଲୀର ଏକ ସରକାରୀ ମୋହଲ୍ଲା କ୍ଲିନିକରେ ଅଘଟଣ | କଫ ସିରଫ ସେବନ କରି ୩ ଚିକିତ୍ସାଧୀନ ଶିଶୁଙ୍କ ମୃତ୍ୟୁ ହୋଇଛି | ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ଏକ ମୋହଲ୍ଲା ହସ୍ପିଟାଲରେ ୧୬ ଶିଶୁ ଚିକିତ୍ସାଧୀନ ଥିଲେ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର କଲଓ୍ବାତୀ ଶିଶୁ ହସ୍ପିଟାଲରେ ମୋଟ ୧୬ ଶିଶୁ ଚିକିତ୍ସାଧୀନ ଥିବାବେଳେ କଫ ସିରଫ ନେବା ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ୩ ଶିଶୁଙ୍କୁ ଡେକ୍ସଟ୍ରୋଥ୍ରୋପାନ ଡ୍ରଗ୍ସ ଦେବା ପାଇଁ ପ୍ରସକ୍ରାଇବ କରିଥିଲେ ମୋହଲ୍ଲା କ୍ଲିନିକର ଡାକ୍ତର ।ଏହି ଔଷଧ ସମ୍ପୂର୍ଣ୍ଣ ଭାବେ ଏହି ନିର୍ଦ୍ଦିଷ୍ଟ ବୟଷର ଶ୍ରେଣୀଭୂକ୍ତ ଶିଶୁମାନଙ୍କୁ (pediatric age children) ନଦେବା ପାଇଁ କଡା ନିର୍ଦ୍ଦେଶାବଳୀ ମଧ୍ୟ ରହିଛି । ଏହି କଫ ସିରଫ ଓମେଗା ଫାର୍ମାସିଲିକାଲ ନାମକ ଏକ ଡ୍ରଗ୍ସ ନିର୍ମାଣକାରୀ ସଂସ୍ଥା ପ୍ରସ୍ତୁତ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।ତେବେ ଘଟଣା ଘଟିବା ପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସମସ୍ତ ମୋହଲ୍ଲା ହସ୍ପିଟାଲରେ ଏହି Dextromethorphan ଔଷଧକୁ ୪ ବର୍ଷରୁ କମ ବୟଷର ଶିଶୁଙ୍କୁ ନଦେବା ଲାଗି ନିର୍ଦ୍ଦେଶନାମା ଜାରି କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

Related Posts