ତୁଷାରପାତ କାରଣରୁ ଫସି ରହିଲା ଗାଡ଼ି, ଚାଲିଗଲା ୨୧ ପର୍ଯ୍ୟଟକ ଜୀବନ

ପାକିସ୍ତାନର ରାଜଧାନୀ ଇସ୍‌ଲାମାବାଦର ଉତ୍ତର-ପୂର୍ବଠାରୁ ପ୍ରାୟ 70 କିଲୋମିଟର ଦୂରରେ ଥିବା ମୁରି ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ।


ପ୍ରବଳ ତୁଷାରପାତ କାରଣରୁୁ ୨୧ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ହଜାର ହଜାର ପର୍ଯ୍ୟଟକ ଏକକାଳୀନ ପାହାଡ ଚଢୁଥିବା ସମୟରେ ହଠାତ ପ୍ରବଳ ତୁଷାରପାତ ହୋଇଥିଲା । ଫଳରେ ଯାତାୟତ ପ୍ରଭାବିତ ହେବା ସହ ଟ୍ରାଫିକ ମଧ୍ୟ ଜାମ ହୋଇଥିଲା । ପ୍ରବଳ ଥଣ୍ଡାରେ ଗାଡି ମଧ୍ୟରେ ଘଣ୍ଟା ଘଣ୍ଟା ଫସି ରହିଥିବା ପ୍ରାୟ ୨୧ ପର୍ଯ୍ୟଟକ ପ୍ରାଣ ହରାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆହୁରି ମଧ୍ୟ ହଜାର ହଜାର ପର୍ଯ୍ୟଟକ ଉକ୍ତ ସ୍ଥାନରେ ଫସି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଯାତାୟତ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇ ପାରିନାହିଁ । ସୁରକ୍ଷା ବଳ ଓ ଉଦ୍ଧାରକାରୀ ଦଳ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଘଟଣାରେ ଦୁଖଃ ପ୍ରକାଶ କରିଛନ୍ତି । ଅସ୍ବାଭାବିକ ତୁଷାରପାତ ଏବଂ ପାଣିପାଗ ସ୍ଥିତି ଯାଞ୍ଚ କରି ଲୋକଙ୍କ ଉକ୍ତ ସ୍ଥାନରେ ପରିଭ୍ରମଣ ପାଇଁ ଅନୁମତି ଦେବାକୁ ସ୍ଥାନୀୟ ପ୍ରଶାସନକୁ ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

Related Posts