କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, 2 ଗିରଫ

ଗଞ୍ଜେଇ ମାଫିଆଙ୍କ ପେଣ୍ଠ ସ୍ଥଳୀ ପାଲଟିଛି କୋରାପୁଟ। ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ଏନେଇ ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଗ୍ରାମରଏକ ନିର୍ମାଣାଧୀନ ଘର ଭିତରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲେ ।

ଘଟଣାସ୍ଥଳରୁ ୧୩ କ୍ୱିଣ୍ଟାଲ ୫୭ କିଲୋଗ୍ରାମ ଓଜନର କ୍ୱିଣ୍ଟାଲ ୫୭ ଗଞ୍ଜେଇ ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରଯାଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

Related Posts