କୋରାପୁଟରେ ଅପରେସନ୍ ଗ୍ରୀନ୍ କ୍ଲିନ୍, ୬୭ଏକର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କଲା ପୋଲିସ

ସତ୍ୟପାଠ 24/12 କୋରାପୁଟ: ୬୭ଏକର ଗଞ୍ଜେଇ ଚାଷ ନଷ୍ଟ କଲା କୋରାପୁଟ ପୋଲିସ । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଓ ପ୍ରଭାବିତ ଆମ୍ବପଡା ଗ୍ରାମ ଜଙ୍ଗଲରେ ଅପରେସନ ଗ୍ରୀନ୍ କ୍ଲିନ୍ । ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଚାଷୀଙ୍କୁ ଗିରଫ କରିବା ଆରମ୍ଭ କରିଛି ପୋଲିସ । ମାଲିକାନା ଜମି ମାଲିକଙ୍କ ନାମରେ ମାମଲା ରୁଜୁ କରୁଛି ପୋଲିସ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଆମ୍ବପଡା ଗ୍ରାମ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ମାଛକୁଣ୍ଡ, କୋରାପୁଟ ପୋଲିସ, ଡିଭିଏଫ, ଅବକାରୀ ବିଭାଗ, ବନ ବିଭାଗ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୬୭ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି ।
ନନ୍ଦପୁର ଏସଡ଼ିପିଓ କହିଛନ୍ତି ଆମ୍ବପଡା ଗ୍ରାମଟି ମାଓ ପ୍ରଭାବିତ ଅଞ୍ଚଳ । କଡା ସୁରକ୍ଷାକୁ ଦୃଷ୍ଟିରେ ରଖି ବିପୁଳ ଫୋର୍ସ ମୁତୟନ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଥିଲୁ । ଏପର୍ଯ୍ୟନ୍ତ ପୋଲିସ ପ୍ରାୟ ୪୦୦ସହ ଗଞ୍ଜେଇ ଚାଷ ନଷ୍ଟ କରିଥିବା ବେଳେ ୬ଜଣ ଗଞ୍ଜେଇ ଚାଷୀଙ୍କୁ ଗିରଫ କରାଯାଇଛି ଏବଂ ୩୦ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଜମି ଚିହ୍ନଟ କରି ମାଲିକାନା ଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଗିରଫ କରାଯିବ ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ |

Related Posts