ଉଠିଲା କଟକଣା: ଆଜିଠାରୁ ଯାଜପୁରରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି | ଫଳରେ ଧୀରେ ଧୀରେ କଟକଣା କମିବାରେ ଲାଗିଛି | ତେବେ ଆଜିଠାରୁ ଖୋଲିବ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା | ମନ୍ଦିରକୁ ପ୍ରବେଶ ସମୟରେ ଶ୍ରଦ୍ଧାଳୁମାନେ ମାସ୍କ ପିନ୍ଧିବା ଓ ସାନିଟାଇଜ୍‌ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।

ଆଜି ସକାଳୁ ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର ସମେତ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲାଯାଇଛି। ଫଳରେ ଦୀର୍ଘ ଦିନ ଧରି ଦର୍ଶନରୁ ବଞ୍ଚିତ ହୋଇଥିବା ଭକ୍ତ ଦର୍ଶନ କରି ଭାବବିହ୍ଵଳ ହୋଇପଡିଛନ୍ତି। କୋଭିଡ୍‌ କଟକଣା ପାଇଁ ଦୀର୍ଘ ଦିନ ହେଲା ଜିଲ୍ଲାରେ ସମସ୍ତ ମଠ, ମନ୍ଦିର ଓ ମସଜିଦ୍‌ ବନ୍ଦ ଥିଲା।

Related Posts