ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ଆରମ୍ଭ ହେବ ଭିତରକନିକାରେ ପକ୍ଷୀ ଗଣନା । ଏଥିପାଇଁ ୧୬ଟି ଟିମ୍ ନିୟୋଜିତ ହେବେ। ପ୍ରତିଟି ଟିମ୍ରେ ୪ ରୁ ୫ ଜଣ ସଦସ୍ୟ ରହିବେ | ଏଥିସହ ଚଳିତ ବର୍ଷ କିଛି କଲେଜ ଛାତ୍ରଙ୍କୁ ସାମିଲ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡା ଓ ଜଗତସିଂହପୁରର ସମସ୍ତ ଆଇଲ୍ୟାଣ୍ଡ, ମ୍ୟାଙ୍ଗଗ୍ରୁପ ଓ ଜଙ୍ଗଲରେ ଗଣନା କରାଯିବ |
ତେବେ ବନ କର୍ମଚାରୀଙ୍କ ନେତୃତ୍ୱରେ ଏହି ଗଣନା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଜଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଶୀତଦିନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପକ୍ଷୀଗଣନା କାର୍ଯ୍ୟ କରାଯାଇଥାଏ । ଗତ ୪ ତାରିଖରେ ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟରେ ବମ୍ବେସ୍ଥିତ ନ୍ୟାଚୁରାଲ ହିଷ୍ଟ୍ରି ଅଫ୍ ସୋସାଇଟିର ନିର୍ଦ୍ଦେଶକଙ୍କ ସମେତ ଅଭିଜ୍ଞ ପକ୍ଷୀ ବିଶାରଦମାନେ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । ସେହିପରି ଗତ ୨ ତାରିଖରେ ଭିତରକନିକାରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଡିଏଫଓ ସୂଚନା ଦେଇଥିଲେ |