ଅର୍ଦ୍ଧନିର୍ମିତ କଲେଜ ଘରେ ପଡ଼ିଛି ଖପୁରୀ ଓ ନରକଙ୍କାଳ: ଯାଜପୁର

ସତ୍ୟପାଠ 27/12 ଯାଜପୁର : କଲେଜ ପରିସରରୁ ଠାବ ହେଲା ଖପୁରୀ ଓ ନରକଙ୍କାଳ । ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ଥିବା କଲେଜ ଲାଇବ୍ରେରୀର ଉପର ମହଲାରେ ନବ ନିର୍ମିତ କକ୍ଷରେ ପଡିଛି ଖପୁରୀ ଓ କଙ୍କାଳ । ସେହି ଘର ନିକଟରେ କାମ କରୁଥିବା ଶ୍ରମିକ ଖପୁରୀ ଓ କଙ୍କାଳ ପଡିଥିବା ଦେଖିବା ପରେ ଖବର ସାମ୍ନାକୁ ଆସିଥିଲା । ଏହି ଖପୁରୀ ଓ ହାଡ କୌଣସି ମଣିଷ କିମ୍ବା ପଶୁର ତାକୁ ନେଇ ପ୍ରଶ୍ନ ଉଠିଛି । କିନ୍ତୁ ଏହି ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ସୂଚନା ନଥିବା ଅଧ୍ୟକ୍ଷ କହିଛନ୍ତି ।ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି, ବରୀ ପୋଲିସକୁ ଏ ବିଷୟରେ ସୂଚନା ଦିଆଯିବ । ପୋଲିସ ଆସି ତଦନ୍ତ ଓ ଯାଞ୍ଚ କଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ମତ ଦେଇଛନ୍ତି ।

Related Posts