୧୦ ଦିନ ବନ୍ଦ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ | ୧୦ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିଲା । ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ସହ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ପକ୍ଷୀ ଗଣନା ।

ଗତ ୨ ତାରିଖରୁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ ।

ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯାଇଥିଲା । ବିରଳ ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା ହୋଇଥିଲା ।

ବୁଧବାର ଠାରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ । ଗଣନାରେ ସାମିଲ ହୋଇଛନ୍ତି ୧୬ଟି ଟିମ୍ । ପ୍ରତ୍ୟେକ ଟିମରେ ୪ ରୁ ୫ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଚଳିତ ବର୍ଷ କଲେଜ ଛାତ୍ର ଛାତ୍ରୀଙ୍କୁ ଗଣନାରେ ସାମିଲ କରାଯାଇଛି । ଏହାସହ ମଙ୍ଗଳବାର ସେମାନଙ୍କୁ ଟ୍ରନିଂ ଦିଆଯାଇଥିଲା । ବନ ବିଭାଗର ନେତୃତ୍ୱରେ ସ୍ୱେଚ୍ଛାସେବୀଙ୍କ ସମେତ ସମସ୍ତେ ଗଣନାରେ ସାମିଲ ହୋଇଛନ୍ତି ।

କେନ୍ଦ୍ରାପଡା ସହ ଜଗତସିଂହପୁରର, ବିଭି୍ନ ଦ୍ୱୀପ ଓ ହେନ୍ତାଳ ବନ ପ୍ରଭୃତିରେ ଗଣନା କରାଯିବ । ସନ୍ଧ୍ୟାରେ ଗଣନାର ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି ।

Related Posts