ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ, ସରକାର ଆରମ୍ଭ କରିବାକୁ ଯାଉଛନ୍ତି କୋରୋନା ପ୍ରିକସନ୍ ବା ବୁଷ୍ଟର ଡୋଜ । ଦ୍ବିତୀୟ ଡୋଜର 9 ମାସ ପରେ ଅର୍ଥାତ୍ 39 ସପ୍ତାହ ପରେ ଏହି ବୁଷ୍ଟର ଡୋଜ ଦିଆଯିବ। ଯେଉଁମାନେ ଯେଉଁ ଟିକା ନେଇଥିବେ ସେମାନେ ସେହି ଟିକା ନେବେ। କୋଭିଡ କାର୍ଯ୍ୟରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଜଣାପଡ଼ିଛି ।
ଆସନ୍ତା ୧୦ରେ ଆରମ୍ଭ, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ସମ୍ମୁଖ ଯୋଦ୍ଧା ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦିଆଯିବ ଏହି ଡୋଜ। ଯେଉଁମାନେ ଉଭୟ ଡୋଜ ନେଇଥିବେ ସେମାନଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ। ଯେଉଁ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରମାନେ କୋଭିଡ଼ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ପ୍ରାଥମିକ ଭାବରେ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ବୁଷ୍ଟର ଡୋଜ ।