ରାଜଧାନୀରେ ବଢୁଛି କରୋନା ଆତଙ୍କ: ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ରାଜଧାନୀରେ ବଢୁଛି କରୋନା ଆତଙ୍କ | ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି | ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗତକାଲି ଉତ୍ତର ଓ ଦକ୍ଷିଣପୂର୍ବ ଜୋନ ପକ୍ଷରୁ ୫ଟି ଲେଖାଏଁ ମୋଟ ୧୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ, ଆଗରୁ ଦକ୍ଷିଣପୂର୍ବ ଜୋନ୍ ଅଞ୍ଚଳରେ ୫ଟି ଓ ଉତ୍ତର ଜୋନରେ ୫ଟି ଜାଗାରେ କଣ୍ଟେନମେଣ୍ଟ ଜୋନ୍ ହୋଇଛି । ଦକ୍ଷିଣପୂର୍ବ ଜୋନରେ ଆଚାର୍ଯ୍ୟବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନମ୍ବର ୧୪୯୯/ଏ, ସତ୍ୟନଗର ପ୍ଲଟ୍ ନମ୍ବର ୧୨୦ବି, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଏଲ୍୩/୬୫, ବାପୁଜୀନଗର ପ୍ଲଟ୍ ନମ୍ବର ୬୦, ଟଙ୍କପାଣି ରୋଡ୍ ବିଷ୍ଣୁନଗର ପ୍ଲଟ୍ ନମ୍ବର ୧୧୪୭କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ।

ସେହିଭଳି ଉତ୍ତର ଜୋନରେ ସୈନିକ ସ୍କୁଲ କ୍ବାର୍ଟର ନମ୍ବର କ୍ୟୁଆର-୩ଆରଏ, ଇଣ୍ଡିଆନ୍ ଅଏଲ୍ ହାଉସିଂ ସୋସାଇଟି ତୃତୀୟ ମହଲା ଏ-୩୦୪, ପାଣ୍ଡରା ପ୍ଲଟ୍ ନମ୍ବର ୪୦୪୪/୪, ଏକ୍ସଆଇଏମ୍ବି ବ୍ଲକ୍-୨ କ୍ବାର୍ଟର ନମ୍ବର ୧୨ ଓ ଶୈଳଶ୍ରୀ ବିହାର ଲେନ୍-୬ ଏଚ୍ଆଇଜି-୫୬କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ଜାଗାଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ। ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସରମାନେ ଏହି ଜାଗାକୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ କରିବେ ।

ଅପରପକ୍ଷେ a୨୪ ଘଣ୍ଟା ମଧ୍ୟରେ ଓଡିଶାରୁ ପୁଣି ୧୮୯୭ କୋରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୫୮ କିଶୋର କିଶୋରୀ ରହିଥିବା ବେଳେ ୧୧୦୬ କ୍ବାରେଣ୍ଟାଇନ ସେଣ୍ଟର ଓ ୭୯୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ଟି ମାମଲା ରହିଛି । ସେହିପରି ଅନୁଗୋଳରୁ ୩, ବାଲେଶ୍ବରରୁ ୧୦୦, ବରଗଡରୁ ୧୬, ଭଦ୍ରକରୁ ୭, ବଲାଙ୍ଗୀରରୁ ୬, ବୌଦ୍ଧରୁ ୩, କଟକରୁ ୧୪୮, ଦେବଗଡରୁ ୧୬, ଢେଙ୍କାନାଳରୁ ୪, ଗଜପତିରୁ ୨, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୦, ଝାରସୁଗୁଡାରୁ ୬୬, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୩୧, କୋରାପୁଟରୁ ୧୫, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୫, ନୟାଗଡରୁ ୧୪, ନୂଆପଡାରୁ ୧୨, ପୁରୀରୁ ୫୪, ରାୟଗଡାରୁ ୭, ସମ୍ବଲପୁରରୁ ୧୨୫୯, ସୋନପୁରରୁ ୧୩, ସୁନ୍ଦରଗଡରୁ ୨୬୨ ଓ ଷ୍ଟେଟପୁଲରୁ ୧୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୯,୭୭୩ରେ ପହଞ୍ଚିଛି ।

Related Posts