ସତ୍ୟପାଠ 23/12 ବାଲେଶ୍ୱର: ବାଲେଶ୍ଵରେ ଯୁବକଙ୍କ ଉନ୍ମତକାଣ୍ଡ ବାହୁଙ୍ଗୀରେ ପିଟି ପିଟି ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା । ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅସ୍ଥି ପଞ୍ଚାୟତ କଣ୍ଟାବଣୀ ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅସ୍ଥି ପଞ୍ଚାୟତ କଣ୍ଟାବଣୀ ଗ୍ରାମରେ ଯୁବକଙ୍କ ଉନ୍ମତକାଣ୍ଡ କୌଣସି କାରଣକୁ ନେଇ ବାହୁଙ୍ଗୀରେ ପିଟି ପିଟି ଯୁବକଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ବରେନ୍ଦ୍ର ଜେନା । ମୃତ ଯୁବକ ଜଣଙ୍କ ହେଲେ ସନ୍ୟାସୀ ଜେନା । ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।
Related Posts
-
Copyright © SatyaPatha2021