ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ତ ହେଲେ ଆର୍ଯ୍ୟନ ଖାନ, ପଢନ୍ତୁ କାହିଁକି

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି | କ୍ରୁଜ ପାର୍ଟି ଡ୍ରଗ୍ସ ପାର୍ଟି ମାମଲା(Cruise Drugs Party Case)ର ଜାମିନ ସର୍ତ୍ତକୁ କୋହଳ କରିବା ପାଇଁ ସେ ହାଇକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି |

ଏନେଇ ଆର୍ଯ୍ୟନ ଗତକାଲି(ଶୁକ୍ରବାର) ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏଥିରେ ଉଲ୍ଲେଖ ଅଛି ଯେ, କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଦାୟିତ୍ବ ଦିଲ୍ଲୀ NCBର ସ୍ବତନ୍ତ୍ର ତଦନ୍ତକାରୀ ଦଳ(SIT)କୁ ହସ୍ତାନ୍ତର କରାଯାଇଛି । SITକୁ ସେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି । ଏଥିସହ ସେ NCB ଅଫିସକୁ ମଧ୍ୟ ପ୍ରତି ସପ୍ତାହର ଶୁକ୍ରବାର ହାଜର ହେଉଛନ୍ତି । ମାତ୍ର ଏହି ସମୟରେ ବହୁସଂଖ୍ୟକ ପୋଲିସ କର୍ମଚାରୀ, ମିଡିଆ କର୍ମୀଙ୍କ ଉପସ୍ଥିତି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହି ସାପ୍ତାହିକ ହାଜିରାରୁ ମୁକ୍ତ କରିବାକୁ ଆର୍ଯ୍ୟନ ଅଦାଲତ ନିକଟରେ ନିବେଦନ କରିଛନ୍ତି । ହାଇକୋର୍ଟ ଏନେଇ ଆସନ୍ତା ସପ୍ତାହରେ ଶୁଣାଣି କରିବେ ବୋଲି ଜଣାପଡିଛି ।

Related Posts