ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟିକୁ ନେଇ ତେଜିଛି ରାଜନୀତି | ଉଭୟ ବିଜେପି ଆଉ କଂଗ୍ରେସ ମଧ୍ୟରେ ବାକ ଯୁଧ୍ୟ ଚାଲିଥିବା ବେଳେ, ଆଜି ସୁପ୍ରିମକୋର୍ଟରେ ଏହି ଘଟଣାକୁ ନେଇ ଶୁଣାଣି ହେବ | ଏ ନେଇ ସର୍ବୋଚ୍ଚ ଅଦାଲତ ପଞ୍ଜାବ ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି ।
ସୂଚନାଅନୁସାରେ, ବୁଧବାର ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁର ଗସ୍ତରେ ବାହାରିଥିଲେ । ଯିବା ବାଟରେ କୃଷକମାନଙ୍କ ଆନ୍ଦୋଳନ ଚାଲିଥିଲା । ଫଳରେ ମୋଦିଙ୍କ କାରକେଡ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ ଫସି ରହିଥିଲା । ଏହାପରେ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରି ଯାଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ବାକଯୁଦ୍ଧ । ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଉପରେ ବିଜେପି ଦୋଷ ଲଦିଥିଲା । ଏହାପରେ ପୂରା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।ଏହି ପ୍ରସଙ୍ଗକୁ ନେଇ ଜାତୀୟ ରଜନୀତି ସରଗରମ ହୋଇଛି । ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିନ୍ତ କରିବାକୁ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରି ଏହାର ଶୁଣାଣି ପାଇଁ ପ୍ରାର୍ଥନା କରିଛନ୍ତି । ପିଏମଙ୍କ ଗସ୍ତ ବେଳେ ପଞ୍ଜାବ ପୋଲିସ ପକ୍ଷରୁ ନିଆଯାଇଥିବା ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କିତ ସମସ୍ତ ପ୍ରମାଣ ସଂଗ୍ରହ ଲାଗି ବଠିଣ୍ଡା ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ପିଟିସନରେ ଦାୟର ହୋଇଛି । ଏହି ଘଟଣାରେ ଜଡିତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିବେଦନ ହୋଇଛି ।