ପୁଣି ଚର୍ଚ୍ଚାରେ ସାଉଥର ଆଉ ଦୁଇ ଚର୍ଚିତ ଯୋଡି, ହୋଇପାରନ୍ତି ପରସ୍ପରଠୁ ଅଲଗା, ଜାଣନ୍ତୁ କିଏ ?

ବର୍ଷ ଆରମ୍ଭରୁ ବିବାହ ବିଚ୍ଛେଦ ନେଇ ଖବର ସାମ୍ନାକୁ ଆସୁଛି | ନିକଟରେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ଖବର ଥମିବା ପରେ ଚର୍ଚ୍ଚିତ ଯୋଡି ଧନୁଷ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅଲଗା ହେବା ପୁଣି ଥରେ ଆଶ୍ଚର୍ଯ୍ୟ କରାଇଛି । ଦୁହେଁ ଅଲଗା ହେବା ନେଇ ଏହି ଘୋଷଣା କରି ସମସ୍ତଙ୍କ ହୋସ ଉଡାଇ ଦେଇଛନ୍ତି । ୧୮ ବର୍ଷ ଏକାଠି ରହିବା ପରେ ଦୁହେଁ ବର୍ତ୍ତମାନ ସେମାନଙ୍କର ବିବାହ ଫୂର୍ଣ୍ଣଛେଦ ପକାଇଛନ୍ତି । ସୋମବାର ସମସ୍ତଙ୍କୁ ଚମକାଇ ଦେଲା ଭଳି ଏହି କଥା ଟ୍ବିଟରେ ଜଣାଇଛନ୍ତି ଧନୁଷ |

ଟ୍ବିଟରେ ଧନୁଷ ଲେଖିଛନ୍ତି ୧୮ ବର୍ଷର ବନ୍ଧୁ, ଦମ୍ପତି ଏବଂ ପିତାମାତା ଭାବେ ଦାୟିତ୍ବ ତୁଲାଇଛୁ । ଏହା ଏକ ଭଳ ବୁଝାମୁଣା, ଉନ୍ନତି, ସମନ୍ବର ଯାତ୍ରା ଥିଲା । ଆଜି ଆମେ ଏପରି ସ୍ଥାନରେ ଅଛୁ ଯେଉଁଠି ଦୁହିଁଙ୍କ ରାସ୍ତା ଅଲଗା ହୋଇଛି । ଏଥିସହ ସେମାନଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ଧନୁଷ ଲୋକଙ୍କୁ ଅନୁରୋଧ କରିଛନ୍ତି । ଐଶ୍ବର୍ଯ୍ୟା ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ।

ଏବେ ଏହି ଖବର ଭିତରେ ପୁଣି ଥରେ ଆଉ ଏକ ଖବର ସାମ୍ନାକୁ ଆସିଛି । ତାହା ପୁଣି ତେଲୁଗୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଝିଅ ତଥା ଅଭିନେତା ରାମ ଚରଣଙ୍କ ଭଉଣୀ ଶ୍ରୀଜା ତାଙ୍କ ସ୍ୱାମୀ ଏବଂ ଅଭିନେତା କଲ୍ୟାଣ ଧାଭାଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି।

ବାସ୍ତବରେ, ଶ୍ରୀଜା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ନାମ ପରିବର୍ତ୍ତନ କରି ଶ୍ରୀଜା କୋନିଡେଲା କରିଛନ୍ତି । ଏହାପୂର୍ବରୁ ତାଙ୍କ ନାମ ଥିଲା ‘ଶ୍ରୀଜା ଧେଭ’ । ହେଲେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ଶ୍ରୀଜା ଧେବ’ ପୂର୍ବରୁ ସେ ଇନଷ୍ଟାଗ୍ରାମ ‘ଶ୍ରୀଜା କଲ୍ୟାଣ’ ଲେଖୁଥିଲେ। କିନ୍ତୁ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କ ଉପନାମ ହଟାଇ ‘କୋନିଡେଲା’ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀଙ୍କ ଉପନାମ ହଟାଯିବା ମାତ୍ରେ ଶ୍ରୀଜା ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହା ପରେ ବହୁ କିଛିକୁ ନେଇ ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା କରାଯାଉଛି ।

ସୂଚନା ଅନୁଯାୟୀ ଶ୍ରୀଜା- କଲ୍ୟାଣଙ୍କ ଛାଡପତ୍ର ଖବର ଗତ କିଛି ଦିନ ହେବ ଶୁଣିବାକୁ ମିଳୁଛି । ଯେଉଁଥିରେ କୁହାଯାଇଛି ଯେ ଶ୍ରୀଜା ଏବଂ କଲ୍ୟାଣ ଧେଭ ଖୁବ୍ ଶୀଘ୍ର ଏହା ଉପରେ ଅଫିସିଆଲି ଭାବେ ଘୋଷଣା କରିବେ। ଗତ ବର୍ଷ ମାର୍ଚ୍ଚରେ କଲ୍ୟାଣଙ୍କ ଶେଷ ଫିଲ୍ମ ‘ସୁପର ମାଚି’ ରିଲିଜ ହେବା ହୋଇଥିଲା ଏହାକୁ ବହୁ ଗୁଜବ ମଧ୍ୟ ସାମ୍ନାକୁ ଆସିଥିଲା ​​ଏବଂ କୁହାଯାଇଥିଲା କି ଚିରଞ୍ଜୀବୀଙ୍କ ପରିବାରରୁ କେହି ଏହି ଫିଲ୍ମର ପ୍ରମୋସନ କରିନଥିଲେ। ତାହାକି ନେଇ ଲୋକମାନେ କଳ୍ପନା କରିବା ଆରମ୍ଭ କରିଥିଲେ। କହିବାକୁ ଗଲେ କଲ୍ୟାଣ ଧେଭଙ୍କ ଦ୍ୱିତୀୟ ବିବାହ ଶ୍ରୀଜାଙ୍କ ସହିତ ହୋଇଛି । ଏହାପୂର୍ବରୁ ଶ୍ରୀଜା ସିରିଶ ଭରଦ୍ୱାଜଙ୍କ ସହ ବିବାହ କରିଥିଲେ । ଏଥିରୁ ତାଙ୍କର ଗୋଟିଏ ଝିଅ ଅଛି। ୨୦୧୬ରେ ମସିହାରେ କଲ୍ୟାଣଙ୍କ ସହ ବିବାହ କରିଥିଲେ ।ବିବାହର ଦୁଇ ବର୍ଷର ବିବାହ ପରେ ଦୁହିଁଙ୍କର ଝିଅଟି ହୋଇଥିଲା |

Related Posts