ସତ୍ୟପାଠ 26/12 ଭୁବନେଶ୍ୱର: ପିଏମ୍ ଯୁବା ମେଣ୍ଟରଶିପ୍ ଯୋଜନା ଅଧୀନରେ ଶ୍ରେଷ୍ଠ ଯୁବ ଲେଖକ ଭାବେ ମନୋନୀତ ହେଲେ ଓଡ଼ିଆ ପୁଅ ଓମ ପ୍ରିୟଦର୍ଶୀ ଛୋଟରାୟ । ପାଇକ ଆନ୍ଦୋଳନର ଇତିହାସ ସମ୍ବନ୍ଧରେ ଲେଖି ସେ ଏହି ଗୌରବ ହାସଲ କରିଛନ୍ତି । ଆଗରୁ ଓଡ଼ିଶାର ବିଭିନ୍ନ ଖବରକାଗଜରେ ତାଙ୍କର ସ୍ତମ୍ବ ସମ୍ପାଦକୀୟ ପୃଷ୍ଠାରେ ବାହାରେ । ସେ ମୂଳତଃ ଖୋର୍ଦ୍ଧା ପୁବୁସାହି ନିବାସୀ। ଖୋର୍ଦ୍ଧା ପିଏନ କଲେଖରେ ସ୍ନାତକ ସମାପ୍ତ ପରେ ସେ ଏନଆଇଟି ରାଉରକେଲା ଠାରେ ପଢୁଥିଲେ । ଏବେ ସେ ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଗହଣରେ କାର୍ଯ୍ୟ କରୁଥିବା ସଙ୍ଗଠନ ଥିଙ୍କ ଇଣ୍ଡିଆର ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆ ଦାୟିତ୍ୱ ତୁଲାଉଛନ୍ତି । ସାରା ଦେଶରୁ ତଥା ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କ ପକ୍ଷରୁ ୨୨ଟି ସାମ୍ବିଧାନିକ ଭାଷା ଓ ଇଂରାଜୀରେ ପାଖାପାଖି ୧୬ ହଜାର ଆବେଦନ ପ୍ରାପ୍ତ ହୋଇଥିଲା । ବିଶେଷଜ୍ଞମାନଙ୍କ ଏକାଧିକ ପ୍ୟାନେଲ ସମସ୍ତ ପୁସ୍ତକ ପ୍ରସ୍ତାବକୁ ପଢ଼ିଥିଲେ ଏବଂ ଏସବୁର ତ୍ରିସ୍ତରୀୟ ଯାଞ୍ଚ କରାଯାଇଥିଲା । ଏହି ପୁସ୍ତକ ନ୍ୟାସନାଲ ବୁକ୍ ଟ୍ରଷ୍ଟ (NBT) ଦ୍ୱାରା ପ୍ରକାଶିତ ହେବ | ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହା ଉନ୍ମୋଚିତ କରାଯିବ। ଏହି ସଫଳତାର ପରେ ଚାରିଆଡୁ ଓମଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନେକ ବୁଦ୍ଧିଜୀବୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Related Posts
-
Copyright © SatyaPatha2021