ପବିତ୍ର ଗଙ୍ଗାନାଦୀରେ ବିସର୍ଜନ ହେଲା ରାୱତ ଦମ୍ପତିଙ୍କ ଚିତାଭସ୍ମ

ବିସର୍ଜନ ହେଲା ରାୱତ ଦମ୍ପତ୍ତିଙ୍କ ଚିତାଭସ୍ମ | ଗଙ୍ଗାରେ ବିସର୍ଜନ କରିଛନ୍ତି ଦୁଇ ଝିଅ | ଶୁକ୍ରବାର ଶେଷକୃତ୍ୟ ପରେ ଶନିବାର ଉତ୍ତରାଖଣ୍ଡର ହରିଦ୍ବାରସ୍ଥିତ ପବିତ୍ର ଗଙ୍ଗାନାଦୀରେ ରାୱତ ଦମ୍ପତ୍ତିଙ୍କ ଚିତାଭସ୍ମ ବିସର୍ଜନ କରାଯାଇଛି । ଏ କାର୍ଯ୍ୟ ସମ୍ପର୍ଣ୍ଣ କରିଛନ୍ତି ଦୁଇଝିଅ କୀର୍ତ୍ତିକା ଓ ତାରିଣୀ ।

ଶନିବାର ସକାଳୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଅନ୍ତର୍ଗତ ବରାଡ ସ୍କୋୟାରରେ ଥିବା ଶ୍ମଶାନରୁ ପିତା ସିଡିଏସ ବିପିନ ରାୱତ ଓ ମାତା ମଧୁଲିକା ରାୱତଙ୍କ ଚିତାଭସ୍ମ ସଂଗ୍ରହ କରିଥିଲେ ଦୁଇଝିଅ । ଏହାପରେ ହରିଦ୍ବାର ନିଆଯାଇଥିଲା । ଏହାପରେ ଗଙ୍ଗାନଦୀରେ ଏହି ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା । ଏକାବେଳେ ଦୁଇଝିଅଙ୍କ ମୁଣ୍ଡରୁ ବାପାମାଆଙ୍କ ହାତ ଉଠିଗଲା । ଏ ଦୁଃଖ ସେମାନଙ୍କ ପାଇଁ ସହିବା ବଡ କଷ୍ଟ ।

ପ୍ରକାଶ ଥାଉ କି, ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁର ନୀଳଗିରି ଜିଲ୍ଲାରେ ବାୟୁସେନା ବିମାନ MI17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୪ଜଣ ଥିଲେ ।

Related Posts