ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ନାମାଙ୍କନ ଦାଖଲ ର ଶେଷ ତାରିଖ ଶେଷ ହୋଇଛି । ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଆଜି ସୁଦ୍ଧା କେଉଁ ପଦ ପାଇଁ କେତେ ପ୍ରାର୍ଥୀ ନୋମିନେସନ୍ ଭରିଛନ୍ତି ସେନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ମିଳିଥିବା ସୂଚନା ମୁତାବକ, ୱାର୍ଡମେମ୍ବର ପଦ ପାଇଁ ମୋଟ ୧,୬୨,୨୯୭ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ସରପଞ୍ଚ ପଦ ପାଇ ମୋଟ ୩୪,୬୧୩ ଜଣ ପ୍ରାର୍ଥୀ, ସମିତି ସଭ୍ୟ ପାଇଁ ୨୮,୧୫୩ ଜଣ ପ୍ରାର୍ଥୀ ନୋମିନେସନ୍ ଭରିଛନ୍ତି । ଅନ୍ୟପଟେ ୮୫୩ ଜିଲ୍ଲା ପରିଷଦ ପଦ ପାଇଁ ୩୯୯୯ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ରହିଛି । ସୂଚନାଯୋଗ୍ୟ ଯେ, ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ୱାର୍ଡ ମେମ୍ବର, ୬୭୯୩ ସରପଞ୍ଚ, ୬୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ । ତେବେ ଆବେଦନର ପ୍ରଥମ ଦିନରେ 8772 ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସେହିପରି ଦ୍ଵିତୀୟ ଦିନରେ 13,356 ପ୍ରାର୍ଥୀ, ତୃତୀୟ ଦିନରେ ଯଥାକ୍ରମେ 13,356 ଓ 52,868 ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଚତୁର୍ଥ ଦିନରେ ମଧ୍ୟ ୮୫୩ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି