୮ଟି ବ୍ୟାଙ୍କ କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଝଟକା | ନିୟମ ଅବମାନନା କରିବା ଅଭିଯୋଗରେ ଜରିମାନା ଲାଗୁ କରାଯାଇଛି । ସୁରତର ଆସୋସିଏଟ୍ କୋପଅରେଟିଭ୍ ବ୍ୟାଙ୍କ, ବରାଛା କୋପଅରେଟିଭ୍ ବ୍ୟାଙ୍କ, ମୁମ୍ବାଇ ମୋଗବୀରା କୋପଅରେଟିଭ୍ ବ୍ୟାଙ୍କ, ବସଇ ଜନତା କୋପଅରେଟିଭ୍ ବ୍ୟାଙ୍କ, ରାଜକୋଲ ପିପୁଲ୍ସ କୋପଅରେଟିଭ୍ ବ୍ୟାଙ୍କ, ଭଦ୍ରାଦ୍ରୀ କୋପଅରେଟିଭ୍ ଅର୍ବାନ ବ୍ୟାଙ୍କ, ଜମ୍ମୁ ସେଣ୍ଟ୍ରାଲ କୋପଅରେଟିଭ୍ ବ୍ୟାଙ୍କ, ଜମ୍ମୁ ଓ ଯୋଧପୁର ନାଗରିକ କୋପଅରେଟିଭ୍ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
୮ଟି ବ୍ୟାଙ୍କ ଉପରେ ମୋଟ ୧୪ ଲକ୍ଷ ଟଙ୍କା ଆର୍ଥିକ ଜରିମାନା ଲାଗୁ କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଆରବିଆଇ ମୁମ୍ବାଇର ସିଟି କୋପଅରେଟିଭ୍ ବ୍ୟାଙ୍କ ଉପରେ କଟକଣା ଜାରି କରିଥିଲା । ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ଏହି କଟକଣା କେବଳ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ବେଳେ ଗ୍ରାହକଙ୍କ ନେଣଦେଣ ନେଇ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।