ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଲାଗିଲା ଝଟକା, 5 ନେତା ଦେଲେ ଇସ୍ତଫା

ଗୋଆରେ କ୍ଷମତା ଦଖଲ କରିବାକୁ ପାଗ ଭିଡ଼ିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା । ୩ ମାସ ତଳେ ଟିଏମସିରେ ମିଶିଥିବା ଗୋଆର ୫ ଜଣ ନେତା ଦେଲେ ଇସ୍ତଫା । ସେମାନେ ଟିଏମସିକୁ ତୀବ୍ର ସମାଲୋଚନା କରି ଦଳକୁ ଅଲବିଦା କହିଛନ୍ତି। ଇସ୍ତଫା ଦେଇଥିବା ନେତାମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଲାଭୁ ମାମଲେଦାର ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳର ପ୍ରଦର୍ଶନରେ ଉତ୍ସାହିତ ହୋଇ ମୁଁ ଟିଏମସିରେ ମିଶିଥିଲି ବୋଲି କହିଛନ୍ତି । ମୁଁ ଭାବିଥିଲି ଟିଏମସି ଗୋଟିଏ ଧର୍ମନିରପେକ୍ଷ ଦଳ। କିନ୍ତୁ ଏଇ ୧୫ରୁ ୨୦ ଦିନ ମଧ୍ୟରେ ମୁଁ ଯାହା ନୋଟିସ କରିଛି ଏହି ଦଳ ବିଜେପି ଠାରୁ ମଧ୍ୟ ଆହୁରି ଖରାପ।”। ଟିଏମସି ନିର୍ବାଚନ ପୂର୍ବରୁ ଏମଜିପି ସହ ମେଣ୍ଟ କରିଛି। ୨୦୧୨ରୁ ୨୦୧୭ ଯାଏ ଲାଭୁ ମାମଲେଦାର ଏମଜିପିର ବିଧାୟକ ଥିଲେ। କିନ୍ତୁ ସେପ୍ଟେମ୍ବରରେ ସେ ଏମଜିପି ଛାଡ଼ି ଟିଏମସିରେ ମିଶିଥିଲେ ।

Related Posts