ଦେଶରେ ବୃଦ୍ଧି ପାଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା | ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତାରେ କେନ୍ଦ୍ରସରକାର | କୋଭିଡ-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିବା ପରେ କେନ୍ଦ୍ର ସରକାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଟେଷ୍ଟିଂ ବୃଦ୍ଧି କରିବାକୁ ଡାକ୍ତରଖାନାର ପ୍ରସ୍ତୁତିକୁ ଦୃଢ କରିବାକୁ ଏବଂ ଟିକାକରଣକୁ ବୃଦ୍ଧି କରିବାକୁ କହିଛନ୍ତି। ଭାରତରେ ଗୁରୁବାର ୧୬,୫୭୪ ନୂତନ ମାମଲା ରିପୋର୍ଟ ହୋଇଥିଲା। ଯାହାକି ୭୦ ଦିନରୁ ଅଧିକ ଦୈନିକ ମାମଲାରେ ସର୍ବାଧିକ ବୃଦ୍ଧି ଘଟିଥିବା ଜଣାପଡ଼ିଛି।
ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ କରୋନାର ନୂଆ ମାମଲା ଦ୍ରୁତ ଗତିରେ ବାହାରୁଛି।
କରୋନା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଛନ୍ତି ଯେ “ଆମେ ଜାଣୁ ଯେ ଏହି ପ୍ରକାରଟି ଏକ ଉଚ୍ଚ ବିସ୍ତାରିତ ଭୂତାଣୁ। ଯଦିଓ ଏହା କେତେ ମାରାତ୍ମକ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଏହାକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ।