ଗ୍ୟାଙ୍ଗଷ୍ଟରକୁ ଟିକେଟ ଦେଲା ସମାଜବାଦୀ ପାର୍ଟି: ସୁପ୍ରିମକୋର୍ଟରେ ଦାଖଲ ହେଲା ଜନସ୍ବାର୍ଥ ମାମଲା

ଅଡୁଆରେ ଛଂଦି ହେଲା ସମାଜବାଦୀ ପାର୍ଟୀ | ସୁପ୍ରିମକୋର୍ଟରେ ରୁଜୁ ହେଲା ଏକ ଜନସ୍ବାର୍ଥ ମାମଲା | ଜଣେ ଗ୍ୟାଙ୍ଗଷ୍ଟରକୁ ଦଳ ଟିକେଟ ଦେଇଥିବା ନେଇ ବିଜେପି ଅଭିଯୋଗ ଆଣିଛି | ସୁପ୍ରିମକୋର୍ଟରେ ଏହି ଆବେଦନ ବିଜେପି ନେତା ଓ ସୁପ୍ରିମକୋର୍ଟର ଓକିଲ ଅଶ୍ବିନୀ କୁମାର ଉପାଧ୍ୟୟ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ, ସମାଜବାଦୀ ପାର୍ଟି କୈରାନାରେ ଜଣେ ଗ୍ୟାଙ୍ଗଷ୍ଟର ନାହିଦ ହସନଙ୍କୁ ଟିକେଟ ଦେଇ ସୁପ୍ରିମକୋର୍ଟ ଗାଇଡ ଲାଇନ୍ ଉଲଂଘନ କରିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୨୦୨୧ ରେ ୟୁପି ପୋଲିସ ନାହିଦ ହସନ୍, ତାଙ୍କର ମା’ ତୁବସ୍ତୁମ ଓ ୩୮ ଅନ୍ୟ ଲୋକଙ୍କ ଉପରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହାପରେ ସେ ଫେରାର ଥିଲେ। ଶନିବାର ଗ୍ୟାଙ୍ଗଷ୍ଟର ଆକ୍ଟରେ ଫେରାର ଥିବା ସମାଜବାଦ ପାର୍ଟି ବିଧାୟକ ନାସିର ହସନ କୋର୍ଟରେ ଆତ୍ମସର୍ପଣ କରିଥିଲେ। ନାହିଦଙ୍କ ମା’ ତବସ୍ମୁମ୍ ଏ ଏହି ଅଞ୍ଚଳରୁ ସାଂସଦ ରହିସାରିଛନ୍ତି। ଗତ ବର୍ଷ ଜାନୁଆରୀରେ ହସନ କୋର୍ଟରେ ଆତ୍ମସପମର୍ଣ କରିଥିଲେ। ପ୍ରାୟ ୧ମାସ ଜେଲରେ ରହିଥିଲେ। ପରେ ତାଙ୍କୁ ଜାମିନ୍ ମିଳିଯାଇଥିଲା।

Related Posts