ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ।
ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ ହଜାର ୫୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୬୭ କିଶୋର କିଶୋରୀ ରହିଥିବା ବେଳେ ୨୯୩୨ କ୍ବାରେଣ୍ଟାଇନ ସେଣ୍ଟର ଓ ୨୧୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୧ଟି ମାମଲା ରହିଛି ।
ସେହିପରି ଅନୁଗୋଳରୁ ୧୧୦, ବାଲେଶ୍ବରରୁ ୨୦୨, ବରଗଡରୁ ୮୫, ଭଦ୍ରକରୁ ୯୧, ବଲାଙ୍ଗୀରରୁ ୧୩୩, ବୌଦ୍ଧରୁ୪୪, କଟକରୁ ୪୯୫, ଦେବଗଡରୁ ୫୧, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୬୦, ଜଗତସିଂହପୁରରୁ ୧୨୫, ଯାଜପୁରରୁ ୧୨୮, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୧୪୦, କନ୍ଧମାଳରୁ ୮୪, କେନ୍ଦ୍ରାପଡାରୁ ୩୪, କେନ୍ଦୁଝରରୁ ୪୯, କୋରାପୁଟରୁ ୭୬, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୧୩୫, ନୟାଗଡରୁ ୨୧୭, ନୂଆପଡାରୁ ୧୯୦, ପୁରୀରୁ ୯୪, ରାୟଗଡାରୁ ୮୫, ସମ୍ବଲପୁରରୁ ୧୭୯, ସୋନପୁରରୁ ୧୦୪, ସୁନ୍ଦରଗଡରୁ ୪୨୯ ଓ ଷ୍ଟେଟପୁଲରୁ ୨୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୩୬, ୨୨୬ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ମୋଟ ୬୪୨୧୭ ସକ୍ରିୟ ମାମଲା ରହିଛି । ୨୭୪୪୩୭୫୯ ଜଣଙ୍କ କୋରୋନା ନମୂନା ପରୀକ୍ଷା କରାଯାଇଛି ।
ସେହିପରି ଦେଶରୁ ଆଜି ୨୪ ଘଂଟାରେ ୨ ଲକ୍ଷ ୫୧ ହଜାର ୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଲକ୍ଷ ୮୬ ହଜାର ୩୮୪ ପଜିଟିଭ ଆସିଥିଲା । ୨୪ ଘଂଟାରେ ୩୫ ହଜାର କମ୍ ମାମଲା ଆସିଛି । ଡେଲି ପଜିଟିଭିଟି ରେଟ୍ ରହିଛି ୧୫ ଦଶମିକ ୮୮ ପ୍ରତିଶତ । ଦେଶରେ ଲଗାତର ତିନି ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ଏବେ ଆକ୍ଟିଭ୍ କେସ୍ ରହିଛି ୨୧ ଲକ୍ଷ ୫ ହଜାର ୬୧୧ ରହିଛି । ସେହିପରି ୨୪ ଘଂଟାରେ ୬୨୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।