ରାଜ୍ୟରେ ସଂକ୍ରମଣ କମୁଥିବା କୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର ବଡ ଘୋଷଣା କରିଛନ୍ତି | ନିର୍ବାଚନ ପ୍ରଚାର ଉପରେ ଲାଗିଥିବା କଟକଣା କୁ କୋହ୍ଲ କରିଛନ୍ତି | ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ପଞ୍ଚାୟତ ନିର୍ବାଚନର ପରିଚାଳନା ଓ କୋଭିଡ଼ କଟକଣାର ଅନୁପାଳନ ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ ବସିଥିଲା । ଭର୍ଚୁଆଲ୍ ମାଧ୍ୟମରେ ବସିଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳମାନ ଉପସ୍ଥିତ ରହିଥିଲେ । ଆଜିର ଏହି ସମୀକ୍ଷା ବୈଠକ କେତେକ କଟକଣାକୁ କୋହଳ କରାଯାଇଛି । ତେବେ କୋହଳ ହୋଇଥିବା କଟକଣା ଗୁଡିକ ହେଉଛି ଯଥାକ୍ରମେ- ରାଜନୈତିକ ସଭାକୁ ଅନୁମତି ଦିଆଯାଇଛି । ୩ଶହ ଲୋକଙ୍କୁ ନେଇ ସଭା ଏବଂ ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନିଂ । ଆଉଟ ଡୋର ମିଟିଙ୍ଗକୁ ନେଇ ନିର୍ବାଚନ କମିଶନ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ।