କୋଭିଡ ସ୍ଥିତି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଦେଶରେ କରୋନାର ବିପତି ମଧ୍ୟରେ ଏବେ ସଂକ୍ରମଣ ହ୍ରାସ ପାଉଛି । ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଥିବା ବେଳେ, କୋରୋନା ନୂଆ ନୂଆ ଭାରିଏଣ୍ଟ ପାଳି କରି ଦେଶରେ ଆତଙ୍କ ଖେଳାଇବା ରେ ଲାଗିଛି । ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘନ ଘନ ବୈଠକ ବସୁଛି । ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରୁଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଆଜି ଦକ୍ଷିଣ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟରେ କୋଭିଡ ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଅପରାହ୍ନ ୨ଟା ୩୦ରେ ବସିବ ଏହି ବୈଠକ ।

ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଲାକ୍ଷାଦ୍ବୀପ, ତାମିଲନାଡୁ, ପୁଡୁଚେରୀ ଓ ଆଣ୍ଡାମାନ ଓ ନିକୋବର ରାଜ୍ୟଗୁଡିକ ଏହି ବୈଠକରେ ଯୋଗ ଦେବେ । ଏହା ସହ ବୈଠକରେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେବେ । ଏହାପୂର୍ବରୁ ଗତ ଜାନୁଆରୀ ୨୫ରେ ୯ ରାଜ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଏକ ବୈଠକ କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।ବସିଥିବା ବୈଠକରେ କୋଭିଡ ଟେଷ୍ଟ ଓ ଟୀକାକରଣକୁ ସଠିକ ରୂପେ ତୁଲାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା । ବର୍ତ୍ତମାନ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ରହିଛି । ଏକାଧିକ ସହରକୁ ଏହା ବ୍ୟାପିବାରେ ଲାଗିଛି । ତେଣୁ ଏଥିପ୍ରତି ଅଧିକରୁ ଅଧିକ ସଚେତନ ରହିବାକୁ ପଡିବ ବୋଲି ବୈଠକରେ କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଏହା ସହ ହୋମ ଆଇସେଲେସରେ ଥିବା ଆକ୍ରାନ୍ତଙ୍କୁ ଗାଇଡଲାଇନ ଅନୁସାରେ ଅଧିକ ନିରୀକ୍ଷଣରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବ ଅଭିଜ୍ଞତା ଅନୁସାରେ ଟେଷ୍ଟି, ଟ୍ରାକିଂ, ଚିକିତ୍ସା ଓ ଟୀକାକରଣ ଉପରେ ଅଧିକରୁ ଅଧିକ ଫୋକସ କରିବାକୁ କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

ଅନ୍ୟପଟେ ଆଜି ଦେଶରୁ ୨୪ ଘଂଟାରେ ୨ ଲକ୍ଷ ୫୧ ହଜାର ୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଲକ୍ଷ ୮୬ ହଜାର ୩୮୪ ପଜିଟିଭ ଆସିଥିଲା । ୨୪ ଘଂଟାରେ ୩୫ ହଜାର କମ୍ ମାମଲା ଆସିଛି । ଡେଲି ପଜିଟିଭିଟି ରେଟ୍ ରହିଛି ୧୫ ଦଶମିକ ୮୮ ପ୍ରତିଶତ । ଦେଶରେ ଲଗାତର ତିନି ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ଏବେ ଆକ୍ଟିଭ୍ କେସ୍ ରହିଛି ୨୧ ଲକ୍ଷ ୫ ହଜାର ୬୧୧ ରହିଛି । ସେହିପରି ୨୪ ଘଂଟାରେ ୬୨୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

Related Posts