କରୋନା ଭୟ: ଶ୍ରୀମନ୍ଦିର ଖୋଲା ରହିବାର ସମୟ ପରିବର୍ତନ କଲା ଜିଲ୍ଲା ପ୍ରଶାସନ

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ, ଶ୍ରୀମନ୍ଦିରରେ କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେନେଇ ପୁରୀ ଜିଲ୍ଲା ପ୍ରଶାସନର ଚିନ୍ତା ବଢି ଯାଇଛି | ଏହାରିମଧ୍ୟରେ ରାତି ୮ଟା ୩୦ ଯାଏଁ ଖୋଲା ରହିବ ପୁରୀ ଶ୍ରୀମନ୍ଦିର । ନାଇଟ କର୍ଫ୍ୟୁ ଲାଗୁ ହେବାକୁ ଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ । ପୂର୍ବରୁ ରାତି ୯ଟା ୩୦ ଯାଏଁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ନାଇଟ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କଲା ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଲେ ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ସେହିପରି ଆଜି ଅପରାହ୍ନରେ ବସିବ ଛତିଶାନିଯୋଗ ବୈଠକ । ଆଜି ସନ୍ଧ୍ୟାରେ ଛତିଶାନିଯୋଗ ବୈଠକ ବସିବ । ସେହିପରି ନାଇଟ କର୍ଫ୍ୟୁ ଯୋଗୁଁ ରାତି ୮ଟା ୩୦ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଡେଡଲାଇନ ରହିଛି । ରାତି ୯ଟା ପରଠୁ ଶ୍ରୀମନ୍ଦିରରେ କଟକଣା କଡାକଡି ଭାବେ ପାଳନ କରାଯିବ ।

Related Posts