କରୋନା କବଜାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

କରୋନା ସଂକ୍ରମିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା । ଶନିବାର ଦେବଗୌଡା କରୋନା ସଂକ୍ରମିତ ହୋଇଥିବା ନେଇ ଚିହ୍ନଟ ହୋଇଛନ୍ତି । ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିବା ବେଳେ କିନ୍ତୁ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଚି । ଏବଂ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମଧ୍ୟ ଦେବଗୌଡା ସଂକ୍ରମିତ ଥିବା ନେଇ ସୁନିଶ୍ଚିତ କରିଛନ୍ତି ଏବଂ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ୟେଦୁରପ୍ପା କନ୍ନଡରେ ଏକ ଟ୍ବିଟ୍ କରିଛନ୍ତି, ବରିଷ୍ଠ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବଗୌଡା କରୋନାରୁ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ, ଏହା ମୋର ଆଶା । ପ୍ରକାଶଥାଉ କି, ଦେବଗୌଡା ଭାରତର ଦ୍ବାଦଶ ପ୍ରଧାନମନ୍ତ୍ରୀ ଭାବେ ୧୯୯୬ ମସିହା ଜୁନରୁ ୧୯୯୭ ଏପ୍ରିଲ ଯାଏଁ ଦାୟିତ୍ବ ତୁଳାଇଥିଲେ । ଏହା ପୂର୍ବରୁ ସେ କର୍ଣ୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ରୂପେ ୧୯୯୪ ରୁ ୧୯୯୬ ଯାଏଁ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଅଛନ୍ତି।

Related Posts