ଦେଶରେ ବଢୁଛି କରୋନା ସଂକ୍ରମଣ | ଦିନକରେ ଦେଶରେ ୧ଲକ୍ଷ ୪୧ ହଜାର ୫୨୫ ନୂଆ ସଂକ୍ରମିତ ଚିହ୍ନଟ । ୨୪ଘଂଟାରେ ଦେଶର ସଂକ୍ରମଣ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତକାଲି ୧ ଲକ୍ଷ ୧୭ ହଜାର ୬୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସାତ ମାସ ପରେ ଗତକାଲି ପ୍ରଥମ ଥର ପାଇଁ ଲକ୍ଷେ ଟପିଥିଲା ନୂଆ ପଜିଟିଭ୍ ମାମଲା ।
କେବଳ ମହାରାଷ୍ଟ୍ରରୁ ୪୦ ହଜାର ୯୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରୁ ୨୦ହଜାର ୯୭୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ୨୪ ଘଂଟାରେ ୧୨୯ ଜଣଙ୍କର ମୃତ୍ୟୁ ହୋଇଛି ।
ଅପରପକ୍ଷେ ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩ହଜାର ୬୭୯ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୨୧୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୩୧ । ୧୮ ବର୍ଷ ଭିତରେ ଆଉ ୩୮୪ ପଜିଟିଭ୍ ବାହାରିଛନ୍ତି । ୨୯ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି ।
ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ହଜାରେ ଟପିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୨୩ ପଜିଟିଭ୍ । ସୁନ୍ଦରଗଡ଼ରୁ ୫୮୨, ସମ୍ୱଲପୁରରୁ ୩୭୨, କଟକରୁ ଆଉ ୩୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୧୩୪, ପୁରୀରୁ ୧୦୦ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ମାଲକାନଗିରି ଜିଲ୍ଲାରୁ ଆଜି କେହି ସଂକ୍ରମିତ ହୋଇ ନାହାନ୍ତି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୬୬ହଜାର ୧୫୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୫ହଜାର ୯୭୧ । ୧୧ହଜାର ୬୬୩କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ ସଂଖ୍ୟା ।