୫ ହଜାର କୋଟି ଟଙ୍କା ସ୍କାମରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କଠାରୁ ଆପଣ କ’ଣ ଆଶା କରିପାରନ୍ତି? ରାଣା କପୁରଙ୍କ ବୟାନରେ ପ୍ରତିକ୍ରିୟା ଦେଇ ଏପରି କହିଲେ କଂଗ୍ରେସ ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳକୁ ନେଇ ୟସ ବ୍ୟାଙ୍କର ସହ-ପ୍ରତିଷ୍ଠାତା ରାଣା କପୁର ବଡ଼ ବୟାନ ଦେଇଛନ୍ତି । ତେବେ ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ କପୁର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ କହିଛନ୍ତି ଯେ ତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ଏମଏଫ ହୁସେନଙ୍କ ଏକ ଚିତ୍ରକୁ ୨ କୋଟି ଟଙ୍କାରେ କିଣିବାକୁ ବାଧ୍ୟ କରାଯାଇଥିଲା ବୋଲି ରାଣା କାପୁର କହିଛନ୍ତି । ଏବଂ ଏହାକୁ ବିକ୍ରି କରି ମିଳିଥିବା ଅର୍ଥରେ ଗାନ୍ଧୀ ପରିବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଚିିକିତ୍ସା କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି । ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ କଂଗ୍ରେସ ମଧ୍ୟ ଏହାର ପ୍ରତିକ୍ରିୟା ରଖିଛି । ତେବେ ୫ ହଜାର କୋଟି ଟଙ୍କା ସ୍କାମରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କଠାରୁ ଆପଣ କ’ଣ ଆଶା କରିପାରନ୍ତି? ଜୀବିତ ନଥିବା ଲୋକଙ୍କୁ ସେ ଚତୁରତାର ସହ ଅଭିଯୋଗ କରିଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି ।

କପୁର ଦାବି କରିଛନ୍ତି ଯେ ସେ ପେଣ୍ଟିଂ ପାଇଁ ଦୁଇ କୋଟି ଟଙ୍କା ଦେଇଛନ୍ତି ଏବଂ ପୂର୍ବତନ କଂଗ୍ରେସ ସାଂସଦ ତଥା ମୁର୍ଲି ଦେଓରାଙ୍କ ପୁଅ ମିଲିନ୍ଦ ଦେଓରା ପରେ ତାଙ୍କୁ କହିଥିଲେ ଯେ ବିକ୍ରୟରୁ ଆୟକୁ ଗାନ୍ଧୀ ପରିବାର ନ୍ୟୁୟର୍କରେ ସୋନିଆ ଗାନ୍ଧୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିଛନ୍ତି। କପୁର ଏହା ମଧ୍ୟ କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଅହମ୍ମଦ ପଟେଲ ତାଙ୍କୁ କହିଛନ୍ତି ଯେ ଉପଯୁକ୍ତ ସମୟରେ ଗାନ୍ଧୀ ପରିବାରକୁ ସମର୍ଥନ କରି ମୁଁ ପରିବାର ପାଇଁ ଏକ ଭଲ କାମ କରିଛି। ତେଣୁ ମୁଁ ଦୁଇଟି ଶକ୍ତିଶାଳୀ ପରିବାର ସହିତ କୌଣସି ପ୍ରକାରର ଶତ୍ରୁତା ଦେଇପାରିଲି ନାହିଁ ଏବଂ ଏହିପରି ମୋତେ ଏହି ସବୁ କରିବାକୁ ପଡିଲା ବୋଲି ରାଣା କପୁର କହିଛନ୍ତି । ସେପଟେ ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କ କାର‌୍ୟ୍ୟାଳୟରେ ଏହି ଡିଲର ଆନୁଷ୍ଠାନିକତା କରାଯାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts