
ସତ୍ୟପାଠ ବ୍ୟୁରୋ : ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଷଡ଼ଙ୍ଗୀ ସ୍ୱତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ ।
ସୂଚନାଯୋଗ୍ୟ ବିଭୁ ତାଙ୍କ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜୁଲାଇ ୯ ତାରିଖରେ ତାଙ୍କୁ ମହିଳା ଥାନା ପୁଲିସ୍ ଗିରଫ କରିଥିଲା । ସେ ଏହି ବିବାଦରେ ଫସି ରହିଥିଲେ ଏବଂ ଗିରଫ ହେବାରୁ ତାଙ୍କୁ ସରକାର ଚାକିରୀରୁ ନିଲମ୍ବତି କରିଥିଲେ ।