କୋଭିଡ଼ ରୋଗୀ ଙ୍କୁ ଲକ୍ଷ୍ନୌ ର ଜାମା ମସଜିଦ ଅକ୍ସିଜେନ୍ ସିଲିଣ୍ଡର ଓ କନସେନଟ୍ରେଟର ମାଗଣାରେ ଯୋଗାଇ ଦେଉଛି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: କରୋନା କାଳରେ ଅନେକ ଲୋକ , ସଙ୍ଗଠନ ସହାୟତାର ହାତ ବଢାଇଛନ୍ତି। ଏହା ମଧ୍ୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ,ଲାଲବାଗ ଅଞ୍ଚଳରେ ଥିବା ଜାମା ମସଜିଦ କରୋନା ରୋଗୀଙ୍କୁ ମାଗଣାରେ ଅକ୍ସିଜେନ ସିଲିଣ୍ଡର ଏବଂ କନ୍ସନଟ୍ରେଟର ଯୋଗାଇବା ପାଇଁ ଆଗକୁ ଆସିଛି। ମେଡିକାଲ ଉପକରଣର ଅଧା ଅଣ-ମୁସଲମାନମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି। ରୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ମସଜିଦ କମିଟି ଏହି ନିଷ୍ପତ୍ତି ନେଇଛି ବୋଲି ପ୍ୟାନେଲର ମୁଖ୍ୟ ଜୁନୁନ୍ ନୋମାନି ସୂଚନା ଦେଇଛନ୍ତି। ନୋମାନି କହିଛନ୍ତି, ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତି ମସଜିଦକୁ ଆସି ତାଙ୍କ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦେଖାଇ ମାଗଣାରେ ଅକ୍ସିଜେନ ସିଲିଣ୍ଡର କିମ୍ବା କନ୍ସନଟ୍ରେଟର ନେଇପାରିବେ। ଅମ୍ଳଜାନ ସିଲିଣ୍ଡର ଏବଂ କନସେନଟ୍ରେଟର ପଚାଶ ପ୍ରତିଶତ ଅଣ-ମୁସଲମାନମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଯଦି ଆବଶ୍ୟକ ହୁଏ ତେବେ ଅଧିକ ସହାୟତା ଯୋଗାଇ ଦିଆଯାଇପାରିବ। ବର୍ତ୍ତମାନ ଲୋକଙ୍କ ଅବଦାନ ପରେ ସେମାନଙ୍କ ପାଖରେ 50 ଅମ୍ଳଜାନ ସିଲିଣ୍ଡର ଏବଂ 25 କନ୍ସନଟ୍ରେଟର ଅଛି ବୋଲି ସେ କହିଛନ୍ତି। ନୋମାନି କହିଛନ୍ତି ଯେ ଯେତେବେଳେ ବି କୌଣସି ବ୍ୟକ୍ତି ଟଙ୍କା ଦାନ କରିବାକୁ ଆସନ୍ତି, ସେତେବେଳେ ତାଙ୍କୁ ଉପକରଣର ବିକ୍ରେତାଙ୍କୁ ଟଙ୍କା ଦେବାକୁ ଏବଂ ହ୍ବାଟସ୍ ଆପ୍ ଜରିଆରେ ବିଲ୍ ମସଜିଦ କମିଟିକୁ ପଠାଇବାକୁ ଅନୁରୋଧ କରାଯାଇଛି। କମିଟିର ସଦସ୍ୟମାନେ ବିଲ୍ ଦେଖାଇ ବିକ୍ରେତାଙ୍କଠାରୁ ଉପକରଣ ସଂଗ୍ରହ କରନ୍ତି ବୋଲି ସେ କହିଛନ୍ତି।

Related Posts