କଲେଜରେ ନଗ୍ନତାର ପାଠ ପଢିବେ ଛାତ୍ରଛାତ୍ରୀ: ଛାତ୍ରାଛାତ୍ରୀମାନେ ଅଧ୍ୟାପକଙ୍କ ସହ ବସି ଦେଖିବେ ପର୍ଣ୍ଣ ମୁଭି, ଜାଣନ୍ତୁ କେଉଁଠି

ୱାଶିଂଟନ: ନଗ୍ନତା ବିଷୟରେ ଦିଆଯିବ ଶିକ୍ଷା । ବିକଶିତ ରାଷ୍ଟ୍ର ଆମେରିକାରେ ଏବେ ଆମେରିକାର ଏକ କଲେଜ୍‌ରେ ଛାତ୍ରଛାତ୍ରୀମାନଙ୍କୁ ନଗ୍ନତାର କୋର୍ସ ଶିକ୍ଷାଯିବ। କ୍ଲାସ୍‌ ରୁମରେ ସମସ୍ତେ ଏକାଠି ବସି ପାଠ ପଢିବେ ତାସହ ଛାତ୍ରାଛାତ୍ରୀମାନେ ଅଧ୍ୟାପକଙ୍କ ସହ ବସି ପର୍ଣ୍ଣ ମୁଭି ଦେଖିବେ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏହି ଖବର ପ୍ରକାଶ ପାଇଛି।

ମିଡିଆ ରିପୋର୍ଟ ଅନୁସାରେ, ଆମେରିକାର ଉଟାହ ସହରରେ ଥିବା ୱେଷ୍ଟମିନିଷ୍ଟର କଲେଜ୍‌ରେ ପର୍ଣ୍ଣୋଗ୍ରାଫି ବିଷୟରେ ପ୍ରଥମ ଥର ପାଇଁ କୋର୍ସ ଅଫର କରାଯାଉଛି। ଏଭଳି କୋର୍ସ ଅଫର କରିବାର ଉଦ୍ଦେଶ୍ୟ ହେଲା ଜାତି, ବର୍ଗ, ଏବଂ ଲିଙ୍ଗଗତ ଯୌନଉଦ୍ଦିପନାର ଗବେଷଣାତ୍ମକ ଦିଗ ବିଷୟରେ ଆଲୋଚନା କରିବା। ତା ସହିତ ଯୌନକ୍ରିୟାକୁ ଏକ କଳା ରୂପେ ବିବେଚନା କରି ଏକ ଗଠନମୂଳକ ଆଲୋଚନା କରିବା।

କଲେଜ୍‌ର ସୂଚନା ଅନୁସାରେ, ଏହି ବିଷୟକୁ ଏକ ବିକଳ୍ପ ବିଷୟ ଭାବରେ ଉପଲବ୍ଧ କରାଯିବ। ଯାହାର ନା ରହିଛି “ସାମାଜିକ ସମସ୍ୟା ବିଷୟରେ ଗବେଷଣାର ଏକ ସୁଯୋଗ।” ଏହି କୋର୍ସ ଯୋଗାଇ ଦେବାର ଅର୍ଥ ହେଲା- ଏଭଳି ଏକ ଗମ୍ଭୀର ଓ ବିବାଦାତ୍ମକ ବିଷୟ ବିଷୟରେ ଗବେଷଣା କରିବା ପାଇଁ ଛାତ୍ରଛାତ୍ରୀମାନେ ଇଚ୍ଛା ପ୍ରକାଶ କରୁଛନ୍ତି କି ନାଁ ତାହା ନିଷ୍ପତ୍ତି ନେବାର ସାହାଯ୍ୟ କରିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

କଲେଜ୍‌ର ଏଭଳି ନିଷ୍ପତ୍ତିକୁ ଅନେକ ସ୍ଥାନରେ ସମାଲୋଚନା କରାଯାଇଛି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଏକାଠି ବସି ପର୍ଣ୍ଣ ମୁଭି ଦେଖିବା ନିନ୍ଦନୀୟ ବୋଲି ବୋଲି କୁହାଯାଉଛି।

ସୂଚନା ଥାଉକି, ୨୦୨୨-୨୦୨୩ ଶିକ୍ଷା ବର୍ଷ ପାଇଁ ୱେଷ୍ଟମିନିଷ୍ଟର କଲେଜ୍‌ରେ ପର୍ଣ୍ଣୋଗ୍ରାଫି ବିଷୟରେ ଶିକ୍ଷା ଦିଆଯିବ।

Related Posts