କିଛି ଦଳ ନିଜକୁ ବଞ୍ଚାଇ ରଖିବା ପାଇଁ ଲାଉଡସ୍ପିର ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିବା ଲକ୍ଷ୍ୟରେ ଅଛନ୍ତି: ଆଦିତ୍ୟ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଲାଉଡ ସ୍ପିକର ଉପରେ ଚାଲିଥିବା ବିବାଦ ମଧ୍ୟରେ ଆଜି ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ବୈଠକରେ ବିଜେପି ବ୍ୟତୀତ ସମସ୍ତ ଦଳ ଅଂଶଗ୍ରହଣ କରିଥିଲେ। ବୈଠକ ପରେ ଆଦିତ୍ୟ ଠାକରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଏହା କେବଳ ମନ୍ଦିର ମସଜିଦ ପ୍ରସଙ୍ଗ ନୁହେଁ। ବରଂ ସବୁ ଲାଉଡସ୍ପିକରକୁ ନେଇ ବିବାଦ । ୨୦୧୫ ରୁ ୨୦୧୭ ମଧ୍ୟରେ ରାଜ୍ୟ ସରକାରଙ୍କ ଉଦ୍ୟମ ସହିତ କୋର୍ଟ ସମସ୍ତ ଶିଳ୍ପ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଡେସିବଲ୍ ସ୍ଥିର କରିଛନ୍ତି । ତେଣୁ ଏହି ସମସ୍ୟାର ସମାଧାନ ଉପରେ ଆଲୋଚନା ପାଇଁ ଏକ ପ୍ରତିନିଧି ଦଳ କେନ୍ଦ୍ର ସରକାରଙ୍କୁ ଭେଟିବେ ବୋଲି ଆଦିତ୍ୟ ଠାକରେ କହିଛନ୍ତି । ଏହା ସହ ଆମେ କୌଣସି ଦଳ ପାଇଁ ନିୟମ ତିଆରି କରିପାରିବୁ ନାହିଁ। ଏହି ପ୍ରସଙ୍ଗରେ ଆମେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବୁ ଏବଂ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରାଯିବ।

ରାଜ ଠାକରେଙ୍କୁ ଆକ୍ରମଣ କରି ସେ କହିଛନ୍ତି ଯେ ବଞ୍ଚିବା ପାଇଁ କିଛି ଦଳ ଏହାକୁ ଏକ ପ୍ରସଙ୍ଗ କରୁଛନ୍ତି ବୋଲି ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି । ସେପଟେ ରାଜ ଠାକରେ ଆଜିର ବୈଠକରେ ମଧ୍ୟ ଭାଗ ନେବାକୁ ମନା କରି ଦେଇଛନ୍ତି। ଗୃହମନ୍ତ୍ରୀ ଦିଲୀପ ବଲସେ କହିଛନ୍ତି ଯେ ଆମେ ପୂର୍ବରୁ ନିଷ୍ପତ୍ତି ନେଇଥିଲୁ ଯେ ଆମେ କିଛି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବୁ, କିନ୍ତୁ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ ସେଠାରେ ଥିବା ଗାଇଡଲାଇନଗୁଡ଼ିକ ଯଥେଷ୍ଟ ହେବ ନା ପରିବର୍ତ୍ତନ ହେବା ଆବଶ୍ୟକ। ଏଥିସହିତ ନିୟମ ଉଲ୍ଲଂଘନ ପାଇଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିରେ ରାତି ୧୦ ଟାରୁ ୬ ଟା ପର୍ୟ୍ୟନ୍ତ ସ୍ପିକର ବ୍ୟବହାର ଉପରେ ନିଷ୍ପତ୍ତି ନିଆଯାଇଛି ଏବଂ ସ୍ପିକର ଶବ୍ଦର ଡେସିବଲ ଉପରେ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ।

Related Posts