ଔରଙ୍ଗାବାଦରେ ରାଲି କରିବାକୁ ରାଜ ଠାକରେଙ୍କୁ ମିଳିଲା ଅନୁମତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଔରଙ୍ଗାବାଦରେ ରାଲି କରିବାକୁ ରାଜ ଠାକରେଙ୍କୁ ମିଳିଲା ଅନୁମତି । ତେବେ ମହାରାଷ୍ଟ୍ରର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ବହୁ ପ୍ରତିକ୍ଷୀତ ରାଲି କରିବାକୁ ଅନୁମତି ମିଳିଛି । ମେ’ ୧ ରେ ଔରଙ୍ଗାବାଦର ସାଂସ୍କୃତିକ ଖେଳ ପଡ଼ିଆରେ ହେବାକୁ ଥିବା ଜନସଭା ପାଇଁ ରାଜ ଠାକରେଙ୍କୁ ଅନୁମତି ପ୍ରଦାନ କରାଯାଇଛି । କିନ୍ତୁ ଏହିି ରାଲିରେ ଅନେକ ସର୍ତ୍ତ ପାଳନ କରିବା ବଧ୍ୟତାମୂଳକ ହେବ । ଏହି ଜନସଭା ମେ’ ୧ ସନ୍ଧ୍ୟା ସାଢ଼େ ୪ଟାରୁ ୯.୪୫ ପର୍ଯ୍ୟନ୍ତ ଅନଷ୍ଠିତ ହେବ ।

ଜନସଭାରେ ସାମିଲ ହେବାକୁ ଥିବା ରାଜ ଠାକରେଙ୍କ ସମଥୟକଙ୍କୁ କେତେକ ଆତ୍ମ-ଶୃଙ୍ଖଳ ଅନୁସରଣ କରିବାକୁ ପଡ଼ିବ । ରାଲି ସମୟରେ କିମ୍ବା ପରେ ଆପତ୍ତିଜନକ ସ୍ଲୋଗାନ ବା ଅଶ୍ଳୀଳ ଆଚରଣ ବ୍ୟବହାର ଯେପରି ନହୁଏ ସେଥିପାଇଁ ଏହାର ପାଳନ କରିବା ବାଧ୍ୟତାମୂଳକ ରହିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts