ରାଜ ଠାକରେ ଏବେ ଅଯୋଧ୍ୟା ଯାଉଛନ୍ତି; ବାବ୍ରି ମସଜିଦ ଭାଙ୍ଗିଲାବେଳେ ସେ କେଉଁଠି ଥିଲେ: ଉଦ୍ଧବ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ବର୍ତ୍ତମାନ ଲାଉଡସ୍ପିକର ଓ ହନୁମାନ ଚାଳିସାକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ବାବ୍ରି ମସଜିଦ୍ ଭଙ୍ଗ ବେଳେ ରାଜଠାକରେ କେଉଁଠି ଥିଲେ ବୋଲି ଉଦ୍ଧବ ଠାକରେ କହିଛନ୍ତି । ସେପଟେ ବାବ୍ରି ମସଜିଦ୍ ଭଙ୍ଗବେଳେ ରାଜ ଠାକରେଙ୍କ ଦଳ ଓ ବିଜେପି ଲୁଚିଥିଲେ ବୋଲି ଏହା ପୂର୍ବରୁ ଉଦ୍ଧବ ଠାକରେ କହିଥିଲେ । ଅନ୍ୟପଟେ ବିଜେପି ଓ ଏମଏନଏସର ହିନ୍ଦୁତ୍ୱ ଏଜେଣ୍ଡା ନକଲି । ରାଜ ଠାକରେ ଏବେ ଅଯୋଧ୍ୟା ଯାଉଛନ୍ତି। ଏବେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇସାରିଲାଣି। କିନ୍ତୁ ସେତେବେଳେ ତାଙ୍କ ଦଳ ଲୁଚିଥିଲା ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଗତ କିଛି ମାସ ହେବ ମହାରାଷ୍ଟ୍ରରେ ମସଜିଦରୁ ଲାଉଡ ସ୍ପିକର ହଟାଇବା ନେଇ ବିବାଦ ତେଜିବାରେ ଲାଗିଛି। ଏହିପରିପ୍ରେକ୍ଷୀରେ ବିଭିନ୍ନ ମସ୍ଜିଦ୍ ଆଗରେ ହନୁମାନ ପାଠ ଚାଲିଶା ନେଇ ରାଜ ଠାକରେ ଚେତାବନୀ ଦେଇଥିବାରୁ ରାଜ୍ୟ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

କେବଳ ଏତିକି ନୁହେଁ ବରଂ ସାମ୍ନା’ ଅଭିଯୋଗ କରିଛି ଯେ, ‘ମହା ବିକାଶ ଆଘାଡ଼ି’ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ହତାଶିଆ ଉଦ୍ୟମ ଭାବେ ‘ବିଜେପି’ ହନୁମାନ ଚାଳିଶା ବିବାଦ ଲଗାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନିଜସ୍ୱ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ସ୍ୱାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ହନୁମାନ ଚାଳିଶା ପାଠ ଯୋଜନା ମଧ୍ୟ ‘ବିଜେପି’ର ବିଭ୍ରାନ୍ତିକର ଚିନ୍ତାଧାରାର ପ୍ରତିଫଳନ ବୋଲି ‘ସାମ୍ନା’ ଦାବି କରିଥିଲା । ହିନ୍ଦୁତ୍ୱ ନାଁରେ ବିଜେପି ଯେଉଁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି ତାହାକୁ ସମର୍ଥନ କରାଯିବ ନାହିଁ ବୋଲି ସାମ୍ନାରେ ଉଲ୍ଲେଖ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts