ଆଜିଠୁ 3 ଦିନିଆ ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ତିନି ଦିନିରେ ତିନି ୟୁରୋପୀୟ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଳମ୍ବିତ ରାତିରେ ମୋଦୀ ଚଳିତ ବର୍ଷର ତାଙ୍କର ପ୍ରଥମ ବିଦେଶ ଗସ୍ତ ଯାତ୍ରା ଆରମ୍ଭ କରିଛନ୍ତି । ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସରେ 25 କାର୍ଯ୍ୟକ୍ରମରେ ସାମିଲ ହେବେ । 8 ରାଷ୍ଟ୍ରମୁଖ୍ୟ ସମେତ 50 ବିଶ୍ବସ୍ତରୀୟ ବ୍ୟବସାୟୀଙ୍କୁ ସାକ୍ଷାତ କରିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । 3 ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଟ 65 ଘଣ୍ଟା ବିଦେଶରେ କାଟିବେ । ମୋଦୀ ୟୁରୋପ ଗସ୍ତ ପୂର୍ବରୁ ଏକ ଟୁଇଟ୍ କରିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ତାଙ୍କର ୟୁରୋପ ଗସ୍ତ ଏହି ସମୟରେ ଯେଉଁସମୟରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଚାଲିଛି । ଏବଂ ୟୁରୋପୀୟ ଦେଶ ରୁଷ ବିରୋଧରେ ରହିଛନ୍ତି ।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ବିଦେଶ ଗସ୍ତ । ଆଜିଠୁ ଆରମ୍ଭ ହେବାକୁ ଥିବା 3 ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଏକକାଳୀନ 3 ୟୁରୋପୀୟ ଦେଶ ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ସମ୍ବୋଧିତ କରିବେ । ଗସ୍ତର ପ୍ରଥମ ଦିନରେ ଜର୍ମାନୀ, ପରେ ଡେନମାର୍କ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ସେହିପରି ଗସ୍ତର ଶେଷ ଦିନରେ ସେ ଫ୍ରାନ୍ସରେ ପହଞ୍ଚିବା ସହ ସେହିଦିନ ସ୍ବଦେଶ ଫେରିବେ ।

ତେବେ ଋଷ-ୟୁକ୍ରେନ ଯୁଦ୍ଧ ସମଗ୍ର ୟୁରୋପ ମହାଦେଶ ଉପରେ ପ୍ରତ୍ୟେକ୍ଷ ପ୍ରଭାବ ପକାଇଛି । ୟୁରୋପ ସମେତ ବିଭିନ୍ନ ଦେଶର ବୈଦେଶିକ ନୀତିରେ ମଧ୍ୟ ଯୁଦ୍ଧର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି । ଯୁଦ୍ଧ ପରିବର୍ତ୍ତିତ ସ୍ଥିତିରେ ମୋଦିଙ୍କ ଏକାଧିକ ୟୁରୋପୀୟ ଦେଶ ଗସ୍ତ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ଗସ୍ତ ନେଇ ମୋଦି ଟ୍ବିଟ କରି କହିଛନ୍ତି, ‘ୟୁରୋପୀୟ ମିତ୍ରରାଷ୍ଟ୍ରମାନଙ୍କ ସହ ଶାନ୍ତି ଓ ସମୃଦ୍ଧି ସହଯୋଗିତା ସୁଦୃଢ଼ କରିବା ହେଉଛି ଗସ୍ତର ଉଦ୍ଦେଶ୍ୟ। ୟୁରୋପୀୟ ଅଞ୍ଚଳ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ବେଳେ ମୋର ୟୁରୋପ ଗସ୍ତ ଆରମ୍ଭ ହେଉଛି।’ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ରାଷ୍ଟ୍ରପତି ମାକ୍ରୋନ୍‌ ନିକଟରେ ପୁନଃ ନିର୍ବାଚିତ ହୋଇଛନ୍ତି । ବିଜୟ ହାସଲ କରିଥିବାରୁ ତାଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇବି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ । ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗିତାର ପାଇଁ ମଧ୍ୟ ସୁଯୋଗ ମିଳିବ।

ଆଜି ମୋଦୀ ଜର୍ମାନୀରେ ପହଞ୍ଚିବେ । ଏଠାରେ ସେ ଚାନସେଲର ଓଲାଫ ସ୍ଲୋଜଙ୍କ ଭେଟିବେ । ଯିଏକି ମୋଦୀଙ୍କୁ ଜର୍ମାନୀ ଆସିବାକୁ ଆମନ୍ତ୍ରଣ କରିଥିଲେ । ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପରବର୍ତ୍ତୀ ଦୁଇ ଦିନ ସେ ଡେନମାର୍କ ଗସ୍ତ କରିବେ । ଏହି ସମୟରେ ସେ ଭାରତ-ନିର୍ଡିକ ଶିଖର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଯୋଗ ଦେବେ । ଏହାପରେ ପରେ ପ୍ୟାରିସ ଗସ୍ତ କରିବେ । ଫ୍ରାନ୍ସରେ ସେ ନବ ନିର୍ବାଚିତ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Related Posts