
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜର୍ମାନୀ ଚାନସେଲର ଓଲାଫ ସ୍କୋଲାଜଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ । ତେବେ ପ୍ରଧାନମନ୍ତ୍ରୀ ମୋଦୀ ତିନିଦିନିଆ ବିଦେଶ ଯାତ୍ରାର ପ୍ରଥମ ପର୍ୟ୍ୟାୟରେ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି। ଏଠାରେ ପିଏମ ମୋଦୀ ଏବଂ ଜର୍ମାନୀ ଚାନସେଲର ଓଲାଫ ସ୍କୋଲାଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।
ଭାରତ ଏବଂ ଜର୍ମାନୀ ମଧ୍ୟମରେ ଦ୍ୱିପାକ୍ଷିକ ଆଇଜିସିର ଷଷ୍ଠ ପର୍ୟ୍ୟାୟ ବୈଠକ ପୂର୍ବରୁ ଦୁଇ ନେତାଙ୍କ ପରସ୍ପରକୁ ଭେଟିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା।