ଲତା ଦିନାନାଥ ମଙ୍ଗେସର ଆଓ୍ବାର୍ଡରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ: କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ମୃତି ଓ ସମ୍ମାନାର୍ଥେ ପ୍ରତିଷ୍ଠା ହୋଇଥିବା ‘ଲତା ଦିନାନାଥ ମଙ୍ଗେସର ଆଓ୍ବାର୍ଡ’ରେ ସର୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲତାଙ୍କ ଦେହାନ୍ତ ପରେ ଘୋଷିତ ଏହି ଆଓ୍ବାର୍ଡରେ ସାମ୍ମାନିତ ହେବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମୁମ୍ବାଇର ସମ୍ମୁଖାନନ୍ଦ ହଲରେ ମାଷ୍ଟର ଦିନାନାଥ ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଲତାଙ୍କ ଭଉଣୀ ଆଶା ଭୋସଲେ ଓ ଭାଇ ହୃଦୟନାଥ ଦିନାନାଥଙ୍କ ଠାରୁ ଏହି ଆଓ୍ବାର୍ଡ ଗ୍ରହଣ କରିଛନ୍ତି ।

ଆଓ୍ବାର୍ଡ ଗ୍ରହଣ କରିବା ପରେ ଉପସ୍ଥିତ ସଦସ୍ୟଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ସଙ୍ଗୀତରେ ତାଙ୍କର କୌଣସି ଭୂମିକା ବା ଦକ୍ଷତା ନାହିଁ । କିନ୍ତୁ ସେ ଏତିକି ବୁଝନ୍ତି, ଯେ ସଙ୍ଗୀତ ଏକ ସାଧନା । ସଙ୍ଗୀତରେ ମଣିଷର ଭାବାବେଗ ଭରି ରହିଥାଏ । ସେହିପରି ଲତାଙ୍କୁ ନିଜ ବଡ ଭଉଣୀ ବୋଲି ସମ୍ବୋଧନ କରି ଏପରି ସାମାରୋହରେ ସାମିଲ ହେବା ଓ ଲତାଙ୍କ ନାମିତ ପୁରସ୍କାର ଗ୍ରହଣ କରିବା ତାଙ୍କ ପାଇଁ ଏକ କର୍ତ୍ତବ୍ୟ ଥିଲା ବୋଲି ମୋଦି କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଏହି ଆଓ୍ବାର୍ଡକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ 92ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ପରେ ଲତାଙ୍କ ସମ୍ମାନାର୍ଥେ ଏହି ଆଓ୍ବାର୍ଡ ଘୋଷଣା କରିଥିଲା ତାଙ୍କ ପିତାଙ୍କ ନାମରେ ଗଠିତ ମାଷ୍ଟର ଦିନାନାଥ ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ । ଦେଶ ପାଇଁ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ସ୍ମାରକୀ ସମ୍ମାନରେ ସମ୍ମାନିତ କରିବା ଟ୍ରଷ୍ଟ ପକ୍ଷରୁ ଏହି ଆଓ୍ବାର୍ଡ ପ୍ରତିଷ୍ଠା କରାଯାଇଥିବା ଘୋଷଣା କରିଯାଇଥିଲା । ତେବେ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଏହି ଆଓ୍ବାର୍ଡ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବା ପାଇଁ ମନୋନୀତ କରିଥିଲା ଟ୍ରଷ୍ଟ ।

ଯାହାଫଳରେ ଆଜି ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

Related Posts