ଦିଲ୍ଲୀ ର ପେଣ୍ଟାମେଡ ହସ୍ପିଟାଲ ରେ ଅକ୍ସିଜେନ୍ ସଙ୍କଟ, ୫୦ ରୋଗୀଙ୍କ ଜୀବନ ସୂତାଖିଅରେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର:ଦେଶବ୍ୟାପି କରୋନା ସଂକ୍ରମଣ ଏବେ ଅତି ବିପଜ୍ଜନକ ସ୍ଥିତିରେ ପହଁଚିଛି । ଦିଲ୍ଲୀରେ ପରିସ୍ଥିତି ଭୟଙ୍କର ହେବାରେ ଲାଗି ଥିବା ବେଳେ ଅମ୍ଳଜାନର ପ୍ରବଳ ଅଭାବ ଦେଖାଦେଇଛି । କରୋନା ରୋଗି ହଟାତ ବଢିବା ବେଳେ ଘୋର ଅମ୍ଳଜାନର ଅଭାବ ସରକାରଙ୍କ ନିଦ ହଜାଇ ଦେଇଛି । ଶନିବାର ଦିନ ଦିଲ୍ଲୀ ସ୍ଥିତ ପେଣ୍ଟାମେଡ଼ ହସପିଟାଲରେ ୫୦ ଜଣ ରୋଗୀଙ୍କର ଅମ୍ଳଜାନ ଅଭାବରୁ ଅବସ୍ଥା ଅତନ୍ତ୍ୟ ସଂକଟାପର୍ଣ୍ଣ ହୋଇ ଯାଇଥିଲା। ପେଣ୍ଟାମେଡ଼ ହସପିଟାଲର ମ୍ୟାନେଜର ଦୀପକ ସେଠୀ କହିଛନ୍ତି,” ମୁଁ ୫୦ ଟି ଅମ୍ଳଜାନ ସିଲିଣ୍ଡର ପୂରଣ କରିବା ପାଇଁ ପଠାଇଥିଲି ଗୋଟିଏ ସିଲିଣ୍ଡର କିନ୍ତୁ ଏପର୍ଯ୍ୟନ୍ତ ପୂରଣ ହୋଇକି ଆସି ନାହିଁ ।ଆମେ ରାତିରେ ଅମ୍ଳଜାନ ଅଭାବ ପାଇଁ କଣ କରିବୁ ? ଅତି କମରେ ୫୦ ଜଣ ରୋଗୀଙ୍କର ଅମ୍ଳଜାନ ଅତ୍ୟନ୍ତ୍ୟ ଆବଶ୍ୟକ”। ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ବହୁତ ଚେଷ୍ଟା କରିଛୁ ଅମ୍ଳଜାନ ସିଲିଣ୍ଡର ଜଲଦି ଆଣିବା ପାଇଁ ଓ ଆମେ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ ଯଥାଶୀଘ୍ର ଆମକୁ ସାହାଯ୍ୟ କରାଯାଉ” । ଦିଲ୍ଲୀରେ ଶନିବାର ଦିନ COVID-19 ନୂତନ ସଂକ୍ରମଣ ୨୪ ,୧୦୩ ଓ ୩୫୭ ଜଣକ ମୃତ୍ୟୁ ଯାହା ମହାମରୀ ଆରମ୍ଭରୁ ସର୍ବାଧିକ ଅଟେ।ବର୍ତ୍ତମାନ ସହରରେ ୯୩,୦୮୦ ସକ୍ରିୟ ମାମଲା ରହିଛି ଯାହା ସବୁଠାରୁ ଅଧିକ।

Related Posts