
ସାଧାରଣ ନିର୍ବାଚନ ପୂର୍ବରୁ ଆସୁଛି ଓପିନିଅନ୍ ପୋଲ୍ ରେଜଲ୍ଟ । ଟାଇମ୍ସ ନାଓ ଓ VMR ଏଭଳି ଓପିନିୟନ ପୋଲ୍ ସର୍ଭେ ଅନୁସାରେ ଆଗାମୀ ଲୋକସଭା ନିର୍ବାଚନରେ ଦେଶରେ ହୋଇପାରେ ଝୁଲା ସରକାର । ବିଜେପି ଏକାକୀ ପାଇପାରେ 215 ଆସନ । ଏନ୍ଡିଏ ମେଣ୍ଟକୁ ମୋଟ 252 ଆସନ, ଯାହା ସଂଖ୍ୟା ଗରିଷ୍ଠତା ଅଙ୍କରୁ 20 କମ୍ ।
ଏହି ରିପୋର୍ଟ ଅନୁସାରେ ଓଡ଼ିଶାରେ ଭଲ କରିପାରେ ବିଜେପି । ଓଡ଼ିଶାରେ ବିଜେପି ବା ଏନ୍ଡିଏ ମେଣ୍ଟକୁ ମିଳିପାରେ 13 ଲୋକସଭା ଆସନ । କିନ୍ତୁ ଉତ୍ତର ପ୍ରଦେଶରେ ନିରାଶ ହୋଇପାରେ ବିଜେପି ।
ସେପଟେ ୟୁପିଏକୁ ୧୪୭ ଓ ଅନ୍ୟ ଦଳକୁ ୧୪୪ ଆସନ ମିଳିବ । ବିଜେପି ୨୧୫ ଆସନ ମିଳିଥିବା କଂଗ୍ରେସକୁ ମାତ୍ର ୯୬ ଆସନ ମିଳିବ ବୋଲି ସର୍ଭେ କହିଛି । ୨୦୧୪ ନିର୍ବାଚନରେ ଦଳକୁ ମାତ୍ର ୪୪ଟି ଆସନ ମିଳିଥିଲା ।
ତେବେ ହିନ୍ଦୀ ଭାଷାଭାଷୀ ଅଂଚଳରେ ଏନ୍ଡିଏକୁ କ୍ଷତି ହେବ ବୋଲି ଅନୁମାନ କରାଯାଉଛି । ରାଜସ୍ଥାନ ଓ ଝାଡ଼ଖଣ୍ଡ, ପଞ୍ଜାବ, ବିହାର, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ହିନ୍ଦୀ ଭାଷାଭାଷୀ ଅଂଚଳରେ ଏନ୍ଡିଏକୁ କ୍ଷତି ହେବାର ଆକଳନ କରାଯାଇଛି । ଝାଡ଼ଖଣ୍ଡରେ ବିଜେପି ସରକାର ଥିବାବେଳେ ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଅଛି । ବିହାରରେ ବିଜେପି-ଜେଡିୟୁ କ୍ଷମତାସୀନ ଅଛନ୍ତି ।
କିନ୍ତୁ ପଶ୍ଚିମବଙ୍ଗ, ଓଡ଼ିଶା ଓ ଉତ୍ତରପୂର୍ବ ଭଳି ରାଜ୍ୟରେ ବିଜେପି ଫାଇଦାରେ ରହିବ ବୋଲି ସର୍ଭେ ଦର୍ଶାଇଛି । ସେହିଭଳି ଓଡ଼ିଶା, ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଏନ୍ଡିଏ ଫାଇଦାରେ ରହିବ ବୋଲି ଦର୍ଶାଯାଇଛି ।