
ସତ୍ୟପାଠ ବ୍ୟୁରୋ: ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ । ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ପରସ୍ଥିତି । ଆଜି ପୁଣି ରାଜ୍ୟରେ 1341 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି ।
Covid-19 Report For 10th August
New Positive Cases: 1341
In quarantine: 818
Local contacts: 523(Details of local contacts will be shared by concerned District Administration)
District Wise Cases
1. Angul: 4
2. Balasore: 54
3. Bargarh: 56
4. Bhadrak: 83
5. Balangir: 27— I & PR Department, Odisha (@IPR_Odisha) August 11, 2020
ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ 818ଜଣ ଚିହ୍ନଟ ହୋଇଥିବାବେଳେ 523 ଜଣ ଲୋକାଲ ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 48 ହଜାର 796କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 427ଜଣ । ସେହିପରି ସୁସ୍ଥ ହୋଇଛନ୍ତି 33ହଜାର 020 ଜଣ ।
ତେବେ ଆଜି ଗଞ୍ଜାମ ଓ ଖୋର୍ଦ୍ଧାରୁ ୩ ଜଣଙ୍କ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ରାୟଗଡ, ପୁରୀ, ବାଲେଶ୍ୱର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 296କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା 140କୁ ବୃଦ୍ଧି ହୋଇଛି ।