ଏବେ ଦଳକୁ ସଜାଡ଼ିବାର ସମୟ, ପାର୍ଟିର ପ୍ରଦର୍ଶନ ନିରୁତ୍ସାଜନକ ଓ ଅପ୍ରତ୍ୟାଶିତ ; ସୋନିଆ ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର: ନିକଟରେ ଶେଷ ହୋଇଥିବା ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଓ ଅପ୍ରତ୍ୟାଶିତ। ସୋମବାର ଦିନ CWC (କଂଗ୍ରେସ ୱାର୍କିଂ କମିଟି) ବୈଠକରେ କଂଗ୍ରେସ ଅଧ୍ୟକ୍ଷ।ସୋନିଆ ଗାନ୍ଧୀ କହିଛନ୍ତି,। ଦଳର ପ୍ରଦର୍ଶନରୁ ସ୍ପଷ୍ଟ ହୋଇଛି ଯେ ଆମକୁ ଆଗ ଦଳକୁ ସଜାଡିବାକୁ ପଡ଼ିବ ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି। ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ବେଙ୍ଗଲରେ ଯେଉଁ ବରିଷ୍ଠ ନେତାମାନେ – ଏପ୍ରିଲ-ମେ ମାସରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସେମାନେ ଦଳର ଏଭଳି ପ୍ରଦର୍ଶନ କାହିଁକି ହେଲା ସେ ନେଇ ଜଣାଇବେ। ସୋନିଆ ଗାନ୍ଧୀ କହିଛନ୍ତି ଯେ ” ଆମେ ଚାହୁଁଛୁ ଦଳର ପ୍ରଦର୍ଶନ ଆଶା ଠାରୁ କାହିଁକି ଏତେ ଖରାପ ହେଲା ତାହାର ଉତ୍ତର ସେମାନେ ଦେବେ। ଏହି ଫଳାଫଳ ଆମକୁ ସ୍ପଷ୍ଟ ଭାବରେ ସୂଚାଇ ଦେଇଛି ଯେ ଆମ ଘରକୁ ସଜାଡ଼ିବା ଆବଶ୍ୟକ।” ସେ ଆହୁରି ମଧ୍ୟ କହିଛନ୍ତି, “ଆମକୁ ଆମର ଗୁରୁତ୍ବପୂର୍ଣ୍ଣ ତ୍ରୁଟି ଗୁଡିକ ଉପରେ ଧ୍ୟାନ ଦେବାକୁ ପଡିବ। ଏହି ଫଳାଫଳରୁ ଯଦି ଆମେ ଅଧିକ ନିରାଶ ହୋଇଛେ ବୋଲି କହିବା ତେବେ ଏହା ଦ୍ଵାରା ଆମର ଅବନ୍ନତି ହେବ। ମୁଁ ଏକ ଛୋଟ କମିଟି ଗଠନ କରିବାକୁ ଚାହୁଁଛି ଯାହା ଦ୍ବାରା ଦଳର ପ୍ରଦର୍ଶନ କାହିଁକି ସନ୍ତୋଷଜନକ ହୋଇପାରିଲା ନାହିଁ କମିଟି ଏହାର କାରଣ ଖୋଜି ଖୁବ ଶୀଘ୍ର ରିପୋର୍ଟ ଦେବ ।” ସୂଚନାଯାଗ୍ୟ, ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା କପିଲ ଶିବଲ, ଗୁଲାମ ନବୀ ଆଜାଦ, ମନୀଷ ତିଓ୍ୱାରୀ ପ୍ରମୁଖ ୨୩ ନେତା ଦଳର ଆମୂଳଚୂଳରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିଥିଲେ ।

Related Posts