
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ନିରଞ୍ଜନ କହିଲେ ଚିଠା ଅସଲି କିନ୍ତୁ ଚୋର ଚୋରି କରିନେଇଛି । ଅର୍ଥାତ ଚୋର ଅସଲି ଚିଠାକୁ ଚୋରି କରିନେଇଯାଇଛି, ମୁଁ ଗଣମାଧ୍ୟମକୁ ଦେଇନାହିଁ । ସୋସିଆଲ ମିଡିଆରେ ବୁଲୁଥିବା କଂଗ୍ରେସ ମିଡିଆ ସେଲର ଚିଠାକୁ ନେଇ ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ।
। ଚିଠା ଅସଲି, ଲୋକ ନକଲି
ସବୁଠୁ ବଡ଼ କଥା ହେଲା ଯେଉଁଟା ଚିନ୍ତାର ବିଷୟ ତାହା ହେଲା ଏତେ ସିକ୍ୟୁରିଟି ଭିତରେ ନିରଞ୍ଜନଙ୍କ ଘରୁ କଂଗ୍ରେସ ଚିଠାଟା ଚୋର ନେଇଯାଇଛି । ଏକଥା ଖୋଦ ନିରଞ୍ଜନ କହିଛନ୍ତି । ଆଉ କିଏ କହିଥିଲେ ହୁଏତ ଏହାକୁ ବିଶ୍ବାସ କରାଯାଇନଥାନ୍ତା । ନିରଞ୍ଜନ ଏକଥା କହିବା ପରେ ଏବେ ସ୍ପଷ୍ଟ ହୋଇଛି ଯେ ଚିଠାକୁ ନେଇ ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ତାର ଗୁରୁତ୍ବ ରହିଛି । ଅର୍ଥାତ ଏହି ଚିଠା ନକଲି ନୁହଁ ।
। ନିରଞ୍ଜନଙ୍କ ବେଳା ଠିକ୍ ଚାଲିନି
କଂଗ୍ରେସ ଭବନକୁ ବାଉନ୍ସର କେଉଁଠୁ ଆସିଲେ ଆଉ କିଏ ଆଣିଥିଲେ ତାହା ଜାଣିପାରୁ ନାହାନ୍ତି ନିରଞ୍ଜନ । ଚିଠି ଅଫିସରୁ କିଏ ନେଇଯାଉଛି ତାହା ବି ଜାଣିପାରୁ ନାହାନ୍ତି । ତେଣୁ ଗୋଟିଏ କଥା ନିରଞ୍ଜନ ଏବଂ ତାଙ୍କ ଦଳର ନେତାମାନଙ୍କୁ ବ୍ୟଥିତ କରିଛି ତାହା ହେଲା ନିରଞ୍ଜନଙ୍କ ଘରେ ଚୋର, ଅଫିସରେ ବାଉନ୍ସର । ବୋଧେ ନିରଞ୍ଜନଙ୍କ ବେଳା ଠିକ୍ ଚାଲିନି ।