
ପଡ଼ୋଶୀ ଦେଶ ନେପାଳ ଭାରତୀୟ ମୁଦ୍ରାର ଚଳନ ଉପରେ ରୋକ୍ ଲଗାଇଛି । ଦୁଇ ବର୍ଷ ପୂର୍ବରୁ ଭାରତ ସରକାର ଦେଶରେ ନୋଟବନ୍ଦୀ କରିଥିଲେ । ଏବେ ନେପାଳ 100 ଟଙ୍କାରୁ ଅଧିକ ଭାରତୀୟ ନୋଟ୍ର ପ୍ରଚଳନ ଉପରେ ରୋକ ଲଗାଇଛି । ନେପାଳ କ୍ୟାବିନେଟ୍ ତୁରନ୍ତ ଏହି ଆଦେଶ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ।
ନେପାଳୀ ସମ୍ବାଦପତ୍ର କାଠମାଣ୍ଡୁ ପୋଷ୍ଟ ଅନୁସାରେ, ସରକାର ଲୋକଙ୍କୁ କହିଛନ୍ତି ଯେ ସେମାନେ ଏବେ 100 ଟଙ୍କାରୁ ଅଧିକ ବଡ଼ ନୋଟ୍ ଅର୍ଥାତ୍ 200,500 ଓ 2000 ଟଙ୍କିଆ ନୋଟ୍ ରଖନ୍ତୁ ନାହିଁ । ଅର୍ଥାତ୍ ନେପାଳରେ ଏବେ କେବଳ 100 ଟଙ୍କା ଯାଏଁ ହିଁ ବାରତୀୟ ନୋଟ୍ ବୈଧ ହେବ ।
ସୂଚନାଯୋଗ୍ୟ ଭାରତରେ ଯେତେବେଳେ ନୋଟବନ୍ଦୀ ହୋଇଥିଲା, ସେତେବେଳେ ନେପାଳରୁ ବହୁ ସଂଖ୍ୟାରେ 500 ଓ 1000 ଟଙ୍କିଆ ପୁରୁଣା ନୋଟ୍ ଥିଲା । ଯାହା ଫଳରେ ସେହି ନୋଟ୍ ସେଠାରେ ଅଟକି ଯାଇଥିଲା । ଏହି ସମସ୍ୟାକୁ ଦେଖି ନେପାଳରେ ଏବେ ବଡ଼ ନୋଟ୍ର ବ୍ୟବହାର ଉପରେ ରୋକ୍ ଲଗାଯାଇଛି ।
ନେପାଳରେ ଭାରତୀୟ ନୋଟ୍ ସହଜରେ ଚଳେ । ନେପାଳର ବହୁ ବ୍ୟାଙ୍କରେ ବହୁ ପରିମାଣର ପୁରୁଣା ନୋଟ୍ ଫସିଥିଲା, ଯାହା ଫେରସ୍ତ ହୋଇପାରିନଥିଲା ।