ଜେଲ ଭିତରେ ବିଗିଡ଼ିଲା ନବାବ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେଲ ଭିତରେ ବିଗିଡ଼ିଲା ନବାବ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା । ସେପଟେ ନବାବ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ତିନି ଦିନ ଧରି ଖରାପ ଥିଲା। ସେ ସ୍ୱତନ୍ତ୍ର କୋର୍ଟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଜାମିନ ଆବେଦନ ମଧ୍ୟ କରିଥିଲେ। ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ତାଙ୍କ ଜାମିନ ଆବେଦନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବାବ ଦାଖଲ କରିବାର ଥିଲା। ତେବେ ଏହା ପୂର୍ବରୁ ନବାବ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଓକିଲଙ୍କ ଅନୁରୋଧ ପରେ ନବାବଙ୍କ ଝିଅ ଓ ଜ୍ୱାଇଁଙ୍କୁ ତାଙ୍କୁ ଭେଟିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଅନ୍ୟପଟେ ନବାବ ମଲିକଙ୍କ ଓକିଲଙ୍କ କହିବା ଅନୁଯାୟୀ, ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ।

ତାଙ୍କ ଅବସ୍ଥା ବିଗିଡିବା ପରେ ତାଙ୍କୁ ଷ୍ଟ୍ରେଚର ଜରିଆରେ ଆର୍ଥର ରୋଡ୍ ଜେଲ୍ରୁ ଜେଜେ ହସ୍ପିଟାଲକୁ ନିଆଯାଇଛି। ସେପଟେ ଯଦି ନବାବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା ତେବେଳ ଏନେଇ ତଦନ୍ତ ଏଜେନ୍ସିଙ୍କୁ କାହିଁକି ଜଣାଇନଥିଲ ବୋଲି ଇଡି ପ୍ରଶ୍ନ କରିଛି। ଏହା ଉପରେ ଇଡି ପରବର୍ତ୍ତୀ ତାରିଖରେ ଶୁଣାଣି କରିବାକୁ ଦାବି କରିଛି। କିନ୍ତୁ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଶୁଣାଣି ଜାରି ରହିବ। ନବାବ ମଲିକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜେଜେ ହସ୍ପିଟାଲରୁ କୋର୍ଟ ଏକ ରିପୋର୍ଟ ମାଗିଛନ୍ତି। ମେ’ ୫ରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ କି ନାହିଁ ତାହା ସ୍ଥିର ହେବ।

Related Posts