ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନି ହେଲେ ସିଆଇଏର ପ୍ରଥମ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନି ହେଲେ ସିଆଇଏର ପ୍ରଥମ ମୁଖ୍ୟ ପ୍ରଯୁକ୍ତି ଅଧିକାରୀ । ଏ ସମ୍ପର୍କରେ ସିଆଇଏର ନିର୍ଦ୍ଦେଶକ ଓ୍ବିଲିୟମ ବର୍ନସ ଘୋଷଣା କରିଛନ୍ତି । ଏ ସଂପର୍କରେ ସିଆଇଏର ଅଫିସିଆଲ ଟ୍ବିଟର ହାଣ୍ଡଲରେ ବି ଏକ ଟୁଇଟ୍ କରି ସୂଚନା ଦିଆଯାଇଛି । ପ୍ରଯୁକ୍ତି ଶିଳ୍ପରେ ପ୍ରାୟ ୨୫ ବର୍ଷର ଅଭିଜ୍ଞତା ରଖୁଥିବା ମୁଲଚନ୍ଦାନି ଏହା ପୂର୍ବରୁ ସିଲିକନ ଭ୍ୟାଲି ଓ ଆମେରିକାର ପ୍ରତିରକ୍ଷା ବିଭାଗରେ ବି କାର୍ୟ୍ୟକରିସାରିଛନ୍ତି ।

ସେ ମଧ୍ୟ କେତେକ ଷ୍ଟାର୍ଟଅପର ପ୍ରତିଷ୍ଠାତା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ସାଇବର ସିକ୍ୟୁରିଟି କ୍ଷେତ୍ରରେ ତାଙ୍କର ଦକ୍ଷତା ସିଆଇଏ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ତାଙ୍କ ନିଯୁକ୍ତି ସମ୍ପର୍କରେ ବର୍ନସ କହିଛନ୍ତି ଯେ, ମୋର ନିଯୁକ୍ତି ପରଠାରୁ ମୁଁ ଟେକନଲୋଜୀ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଆସିଛି । ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ନିଯୁକ୍ତି ଏ ଦିଗରେ ଏକ ବଡ଼ ପଦକ୍ଷେପ । ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ନନ୍ଦ ଯୋଗ ଦେଇଥିବାରୁ ସେ ଆନନ୍ଦିତ । ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରି ସିଆଇଏ ଟେକନଲୋଜୀ କ୍ଷେତ୍ରରେ ନୂଆ ଉଦ୍ଭାବନ କରିପାରିବ ।

Related Posts