
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପ୍ରଖ୍ୟାତ ମେଡିକାଲ ଜର୍ଣ୍ଣାଲରେ “ଦି ଲାନସେଟ୍” ର ଏକ ସମ୍ପାଦକୀୟରେ କୁହାଯାଇଛି ଯେ ଭାରତରେ କୋଭିଡ୍ ସଙ୍କଟ ସମୟରେ ନରେନ୍ଦ୍ର ମୋଦୀଙ୍କ ସରକାର ମହାମାରୀକୁ ନିୟନ୍ତ୍ରଣ କରିବା ଅପେକ୍ଷା ଟ୍ୱିଟରରେ ସମାଲୋଚନା ହଟାଇବାକୁ ଅଧିକ ଉଦ୍ୟମ କରୁଥିବା ଜଣାପଡିଛି। ସଙ୍କଟ ସମୟରେ ସମାଲୋଚନା ତଥା ଖୋଲା ଆଲୋଚନାକୁ ହଟାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧିକ ଉଦ୍ୟମ “ଅକ୍ଷମଣୀୟ” ବୋଲି ଏଥିରେ କୁହାଯାଇଛି। ଇନଷ୍ଟିଚ୍ୟୁଟ୍ ଫର ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ୍ ର ଆକଳନ ଅନୁଯାୟୀ ଅଗଷ୍ଟ 1 ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧ ମିଲିୟନ ଛୁଇଁବ। ସମ୍ପାଦକୀୟରେ କୁହାଯାଇଛି ଯେ, ” ଚେତାବନୀ ସତ୍ତ୍ବେ ସୁପରପ୍ରେଡର୍ ଇଭେଣ୍ଟ ଗୁଡିକୁ ସରକାର ଅନୁମତି ଦେବା , ଧାର୍ମିକ ଆୟୋଜନକୁ ଅନୁମତି ଏବଂ ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକଜୁଟ କରି ବିଶାଳ ରାଜନୈତିକ ସମାବେଶ କରିବା ଦ୍ୱାରା ବର୍ତ୍ତମାନ ଭାରତରେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।” ଭାରତର ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି କୁ ଆଲୋକପାତ କରି ସଙ୍କଟର ମୁକାବିଲା କରିବାରେ ସରକାରଙ୍କ ବିଫଳତାକୁ ସମାଲୋଚନା କରାଯାଇଛି । “ଭାରତରେ ଏଭଳି କରୁଣ ଦୃଶ୍ୟ ଦେଖିବା କଷ୍ଟକର। ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କୁ ବେଡ୍ ମିଳୁ ନାହିଁ, ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ମେଡିକାଲ ଅମ୍ଳଜାନ, ଡାକ୍ତରଖାନା ଶଯ୍ୟା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଲୋକେ ସୋସିଆଲ ମିଡିଆରେ ସହାୟତା ମାଗୁଛନ୍ତି । କିନ୍ତୁ ମାର୍ଚ୍ଚ ଆରମ୍ଭରେ କୋଭିଡ୍ ର ଦ୍ୱିତୀୟ ଲହର ଆରମ୍ଭ ହେବା ପୂର୍ବରୁ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଘୋଷଣା କରିଥିଲେ ଯେ ଭାରତ ମହାମାରୀର ଶେଷ ଭାଗରେ ଅଛି।” ତେବେ ଦ୍ବିତୀୟ ଲହର ବିପଦ ଏବଂ ନୂତନ ଷ୍ଟ୍ରେନ୍ ର ବାରମ୍ବାର ଚେତାବନୀ ସତ୍ତ୍ବେ ଭାରତ କରୋନାକୁ ପରାସ୍ତ କରିଛି। ଏବଂ ହାର୍ଡ ଇମ୍ୟୁନିଟିରେ ପହଞ୍ଚିଛି। ସରକାରଙ୍କ ଏଭଳି ଆତ୍ମ ସନ୍ତୋଷ କଲା ଭଳି ଦାବି ଦ୍ବାରା ଏଭଳି ପରିସ୍ଥିତି ଉପୁଜିଥିବା ଦାବି କରାଯାଇଛି। କିନ୍ତୁ ଜାନୁଆରୀରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଦ୍ବାରା କରାଯାଇଥିବା ଏକ ସେରୋ ସର୍ଭେରୁ ଜଣାପଡିଛି ଯେ କେବଳ 21% ଲୋକଙ୍କର SARS-CoV ବିରୁଦ୍ଧରେ ଆଣ୍ଟିବଡି ଅଛି।” ସମ୍ପାଦକୀୟରେ ଏହା ମଧ୍ୟ କୁହାଯାଇଛି ଯେ COVID-19 ନିୟନ୍ତ୍ରଣ କରିବାରେ ଭାରତ ଏହାର ପ୍ରାରମ୍ଭିକ ସଫଳତାକୁ ନଷ୍ଟ କରିଛି । ଏବଂ ଏପ୍ରିଲ୍ ମାସ ପର୍ଯ୍ୟନ୍ତ ସରକାରଙ୍କ COVID-19 ଟାସ୍କଫୋର୍ସ ବୈଠକ ବସି ନାହିଁ।ଭାରତର ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟ ସମାଲୋଚନାର ଶିକାର ହୋଇଛି। ଲାନସେଟ୍ ଦର୍ଶାଇଛି ଯେ COVID-19 ମହାମାରୀ ଶେଷ ହୋଇ ଯାଇଥିବା ବାର୍ତ୍ତା ମଧ୍ୟ ଭାରତର COVID-19 ଟୀକାକରଣ ଅଭିଯାନକୁ ମନ୍ଥର କରିଦେଇଛି, ଯାହାକି ଜନସଂଖ୍ୟାର 2% ରୁ କମ୍ ଟିକା ଦେଇଛି। ଫେଡେରାଲ ସ୍ତରରେ ଭାରତର ଟୀକାକରଣ ଯୋଜନା ଖୁବ୍ ଶୀଘ୍ର ଅଲଗା ହୋଇଗଲା। ରାଜ୍ୟଗୁଡିକ ସହିତ ନୀତିର ପରିବର୍ତ୍ତନ, 18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟୀକାକରଣ ଏବଂ ଟିକା ପାଇଁ ଖୋଲା ବଜାର ସୃଷ୍ଟି କରିବା ବିଷୟରେ ସରକାର ହଠାତ୍ ନିତୀ ବଦଳାଇବା ଦ୍ବାରା ଟୀକାକରଣ ଅଭିଯାନରେ ମନ୍ଥର ଗତି ଦେଖିବାକୁ ମିଳିଲା। ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଗୁଡିକ ହଠାତ୍ କରୋନାର ପିକ୍ ଆସିବା ପାଇଁ ପ୍ରସ୍ତୁତ ନଥିଲେ , ଯେଉଁ କାରଣରୁ ମେଡିକାଲ ଅମ୍ଳଜାନ, ହସ୍ପିଟାଲ ବେଡ୍ ଶୀଘ୍ର ଶେଷ ହୋଇଯିବା ସହ ଶବଦାହ ସ୍ଥାନଗୁଡିକରେ କ୍ଷମତା ଠାରୁ ଅଧିକ ଲୋକଙ୍କୁ ଶବଦାହ ଭଳି ସ୍ଥିତି ଉପୁଜିଥିଲା। କେରଳ ଏବଂ ଓଡିଶା ପରି ଅନ୍ୟ ରାଜ୍ୟ ଗୁଡ଼ିକରେ ଭଲ ଭାବରେ ପ୍ରସ୍ତୁତ ହୋଇଥିଲେ ଏବଂ ଅନ୍ୟ ରାଜ୍ୟକୁ ରପ୍ତାନି କରିବା ପାଇଁ ଏହି ଦ୍ୱିତୀୟ ଲହରରେ ପର୍ଯ୍ୟାପ୍ତ ମେଡିକାଲ ଅମ୍ଳଜାନ ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲେ। ସମ୍ପାଦକୀୟରେ ଆହୁରି ମଧ୍ୟ ଦୁଇଟି -ରଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି ଳ – ପ୍ରଥମ ଟି ହେଉଛି , ଏକ ନିର୍ଦ୍ଦିଷ୍ଟ ଟୀକାକରଣ ଅଭିଯାନକୁ ଯୁକ୍ତିଯୁକ୍ତ ଏବଂ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି । ଟିକା ଅଭାବ ଦୂର କରିବା ପାଇଁ ଟିକା ଯୋଗାଣରେ ବୃଦ୍ଧି (ଯାହା ମଧ୍ୟରୁ କିଛି ବିଦେଶରୁ ଆସିବା ଉଚିତ) ଏବଂ ଏକ ବଣ୍ଟନ ଅଭିଯାନ ସ୍ଥାପନ କରିବା ଯାହା କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳ ଏବଂ ଗରିବ ନାଗରିକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବ। ସରକାର ସ୍ଥାନୀୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ସହିତ କାର୍ଯ୍ୟ କରିବା ଆବଶ୍ୟକ , ଯେଉଁମାନେ ସେଠାକାର ଲୋକଙ୍କୁ ଜାଣନ୍ତି ଏବଂ ଟିକା ପାଇଁ ଏକ ସମାନ ବଣ୍ଟନ ବ୍ୟବସ୍ଥା ସୃଷ୍ଟି କରିବେ । ସରକାର ସଠିକ୍ ତଥ୍ୟକୁ ଠିକ୍ ସମୟରେ ପ୍ରକାଶ କରିବା ଉଚିତ ଏବଂ ଏକ ନୂତନ ଫେଡେରାଲ୍ ଲକଡାଉନ୍ ସମ୍ଭାବନା ସମେତ ମହାମାରୀକୁ ରୋକିବା ପାଇଁ କଣ କରିବା ଆବଶ୍ୟକ ସେ ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟ ଭାବରେ ବୁଝାଇବା ଆବଶ୍ୟକ ବୋଲି ସମ୍ପାଦକୀୟରେ କୁହାଯାଇଛି।